www.samajalive.in
Saturday, December 6, 2025
23.1 C
Bhubaneswar

ଆନ୍ଧ୍ର ଚାଲାଣ ବେଳେ ଟ୍ରାକ୍ଟର ସହ କାଠ ଜବତ; ୨ ଗିରଫ

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତରାପୁର ପଂଚାୟତ ଅଞ୍ଚଳରୁ ଚୋରାରେ ଆନ୍ଧ୍ରକୁ ଟ୍ରାକ୍ଟର ଯୋଗେ ଶାଗୁଆନ କାଠ ଚାଲାଣ ଉଦ୍ୟମ ଜଙ୍ଗଲ ବିଭାଗ ଚଢଉ ଫଳରେ ପଣ୍ଡ ହୋଇଛି। ଆଜି ଭୋର ସମୟରେ ଆନ୍ଧ୍ରକୁ କାଠ ଚାଲାଣ ହେଉଥିବା ସାମନ୍ତିଆ ପଲ୍ଲୀ ରେଞ୍ଜର ଖବର ପାଇବା ସହିତ ଟିମ ସହ ଜଗି ରହିଥିଲେ। ଏହି ସମୟରେ ପଞ୍ଚାମ୍ବ ନାରାୟଣପୁର ଛକ ନିକଟରେ ଜଙ୍ଗଲ ବିଭାଗ ଶାଗୁଆନ କାଠ ବୋଝେଇ ହୋଇ ଆସୁଥିବା ଟ୍ରାକ୍ଟରକୁ ଅଟକାଇବା ସହିତ ଜବତ କରିଛନ୍ତି। ଚୋରାରେ କାଠ ଚାଲାଣ କରୁଥିବା ଅଭିଯୋଗରେ ଦୁଇ ଜଣ ଆନ୍ଧ୍ର ଯୁବକଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଅର୍ଜ୍ଜୁନ ନାଇକ ଏବଂ ଗୌଡ଼ ପୂର୍ଣ୍ଣଚନ୍ଦ୍ର ବୋଲି ଜଣାପଡ଼ିଛି। ମହେନ୍ଦ୍ରା ଟ୍ରାକ୍ଟର ଯୋଗେ ସେହିମାନେ ୩୦ଗୋଟି କାଠଗଣ୍ଡି ୪୩.୨୯ସିଏଫଟି କାଠ ନେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢଉରେ ରେଞ୍ଜର ମନୋଜ କୁମାର ପାତ୍ର, ଫରେଷ୍ଟର ରତ୍ନ କୁମାର ବେହେରା, ଗାର୍ଡ ତରୁଣେଶ୍ବର ଶବର ପ୍ରମୁଖ ଚଢଉ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories