www.samajalive.in
Monday, December 8, 2025
14.1 C
Bhubaneswar

ନଡ଼ିଆ ବରା ଆଳୁ ତରକାରୀ

ଆବଶ୍ୟକ ସାମଗ୍ରୀ
କୋରା ନଡ଼ିଆ – ଫାଳେ
ତେଲ – ଆବଶ୍ୟକ ଅନୁଯାୟୀ
ବୁଟ ଡ଼ାଲି – ଅଳ୍ପ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ -ଆବଶ୍ୟକ ଅନୁଯାୟୀ
ଲୁଣ – -ଆବଶ୍ୟକ ଅନୁଯାୟୀ
ବୁଟ ଡ଼ାଲି – ଅଳ୍ପ
ବାସୁମତୀ ଅରୁଆ ଚାଉଳ – ଅଳ୍ପ
ଗୋଟା ଜିରା – ଅଳ୍ପ
ଡ଼ାଲଚିନି, ତେଜପତ୍ର, ଗୁଜୁରାତି – ଅଳ୍ପ
କଟା ପିଆଜ – ୩ଟି
ରସୁଣ – ଆବଶ୍ୟକ ପରିମାଣରେ
ଶୁଖିଲା ଲଙ୍କା – ୩ଟି
ଗୋଟା ଧନିଆ – ଅଳ୍ପ
ଅଦା – ଅଳ୍ପ
ଆଳୁ – ୨ଟି
କଟା ଟମାଟୋ – ୧ଟି
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ନଡ଼ିଆ କୋରା, ବୁଟ ଡ଼ାଲି, ଜିରା, ଚାଉଳ, ଅଳ୍ପ ପାଣି ଦେଇ ଏହାକୁ ମିଶାଇ ପେଷି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣରୁ ବରା ପ୍ରସ୍ତୁତ କରି ଏହି ତେଲରେ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପିଆଜ, ଅଦା ,ରସୁଣ, ଧନିଆ, ଲଙ୍କାକୁ ମିଶାଇ ପେଷି ମସଲା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ ତେଲ ଗରମ କରନ୍ତୁ ଓ ଆଳୁକୁ ଭାଜି କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏଥିରେ ଡ଼ାଲଚିନି, ଗୁଜୁରାତି, ତେଜପତ୍ର, କଟା ପିଆଜ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହା ପରେ ପ୍ରସ୍ତୁତ କରି ରଖିଥିବା ମସଲାକୁ ପକାଇ ଭଲ ଭାବେ କଷନ୍ତୁ। କଷିବା ସମୟରେ ଏଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ,ଟମାଟୋ , ଭାଜି କରି ରଖିଥିବା ଆଳୁକୁ ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। କଷିବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ନଡ଼ିଆ ବରାକୁ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ କିଛି ପାଣି , ଧନିଆ ପତ୍ର ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories