ରେଙ୍ଗାଳି ବାମ କେନାଲରେ ବୁଡି ଶିଶୁକନ୍ୟାର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳିସ୍ଥିତ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରେ ବୁଡି ଜଣେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ଜିରିଡାମାଳି ଗାଁର ବାପୁନ ଚମ୍ପିଆଙ୍କ ଝିଅ ସିମେଲ ଚମ୍ପିଆ ବୋଲି ଜଣାପଡ଼ିଛି  । ସିମେଲ ନିଜ ସାଙ୍ଗ ମାନଙ୍କ ସହିତ କେନାଲ ପାଖରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ କେନାଲର ଜଳ ସ୍ରୋତରେ ଭାସି ଯାଇଥିଲେ ।

prayash

ବସ୍‌ ଚକତଳୁ ବଞ୍ଚିଲା ଜୀବନ; ଦେଖନ୍ତୁ ଭିଡିଓ

ସ୍ଥାନୀୟ ଲୋକମାନେ ସିମେଲକୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

kalyan agarbati

Comments are closed.