www.samajalive.in
Friday, December 5, 2025
26.1 C
Bhubaneswar

ହରଭଙ୍ଗା ହାଇସ୍କୁଲ ରୂପାନ୍ତରିକରଣକୁ ପୂରିଲା ବର୍ଷେ

ହରଭଙ୍ଗା : ପ୍ରଥମ ଦଫାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହରଭଙ୍ଗା ନୋଡାଲ ହାଇସ୍କୁଲକୁ ୫ଟିରେ ସାମିଲର ଏକ ବର୍ଷ ପୂର୍ତୀ ହେବାକୁ ବସିଛି । ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ୫ଟି ରୂପାନ୍ତରିତ କାର୍ଯ୍ୟ ଯୋଗୁଁ ସ୍କୁଲର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ସ୍ମାର୍ଟ କ୍ଲାସ ରୁମ୍ ସାଙ୍ଗକୁ, ସ୍ମାର୍ଟ ବୋର୍ଡ,ଇ-ପାଠାଗାର.ବିଜ୍ଞାନ ଲାବ୍ରୋଟାରୀ, ଖେଳପଡିଆ,ହଷ୍ଟେଲ,ଯୋଗ କେନ୍ଦ୍ର,ଭୋଜନାଳୟ,ସାଇକେଲ ଷ୍ଟାଣ୍ଡ,ଫୁଲ ବଗିଚା,ଶୌଚାଳୟ ଭଳି ସବୁପ୍ରକାର ଆନୁସଙ୍ଗିକ କାର୍ଯ୍ୟ ନୂତନ ଭାବେ ନିର୍ମାଣ କରାଯାଇ ବେସରକାରୀ ସ୍କୁଲର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଯାହାଫଳରେ ହରଭଙ୍ଗା ନୋଡାଲ ହାଇସ୍କୁଲ ବର୍ତମାନ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ଭାବେ ନିଜର ଗାରିମା ଫେରି ପାଇଛି। ସବୁଠାରୁ ସ୍ପର୍ଶକାତର କଥାହେଲା ସ୍କୁଲ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ପାଖା ପାଖି ଏକ ବର୍ଷ ହେଲା ୧୫ଲକ୍ଷ ଟଙ୍କା ବକେୟା ବିଲ୍ ପଇଠ ହୋଇନଥିବା ଜଣାପଡିଛି।ଯାହାଫଳରେ ଏହାର ନିର୍ମାଣ କାର୍ଯ୍ୟରେ ଭଡାସୂତ୍ରରେ ଲାଗିଥିବା ଟ୍ରାକ୍ଟର ମାଲ୍ଲିକଙ୍କ ପଇସା ବକେୟା ରହିଥିବାବେଳେ ରଙ୍ଗ ମିସ୍ତ୍ରୀ,ଟାଇଲ ମିସ୍ତ୍ରୀ,ସିମେଂଟ,ରଙ୍ଗ,ଲୁହାଛଡ ଇତ୍ୟାଦି ଅନେକ ଲୋକ ଏକ ବର୍ଷହେଲା ପ୍ରାପ୍ୟ ପାଇବାରୁ ବଂଚିତ ରହିଛନ୍ତି। ଆଜି ପଇସା ,ମିଳିବ କାଲି ପଇସା ମିଳିନ ଦାୟିତ୍ୱରେ ଥିବା ଯନ୍ତ୍ରୀ କହୁଥିବାବେଳେ ବକେୟା ପଇସା କେବେ ମିଳିବ ସେ ସର୍ମ୍ପକରେ ସଠିକ୍ ସୂଚନା ପାଇପାରୁନାହିାଁନ୍ତି। ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟିଦେବା ସହ ବକେୟା ପଡିଥିବା ବିଲ ପଇଠ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଉଠୁଛି। ଏ ସର୍ମ୍ପକରେ ହରଭଙ୍ଗା ଦାୟିତ୍ୱରେ ଥିବା ଯନ୍ତ୍ରୀ ଦିବ୍ୟଲୋଚନ ନାଏକଙ୍କୁ ପଚାରିବାରୁ ପଇସା ନଥିବାରୁ ବକେୟା ବିଲ ପଇଠ ହୋଇ ପାରିନାହିଁ। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଟଙ୍କା ଆସିଲେ ବକେୟା ବିଲ ପଇଠ ହେବ ବୋଲି କହିଛନ୍ତି। ଏ ସର୍ମ୍ପକରେ ପଚାରିବା ପାଇଁ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories