www.samajalive.in
Saturday, December 13, 2025
21.1 C
Bhubaneswar

ବିଦେଶୀ ମହିଳାଙ୍କ ବୟସ ୪୦, ହେଲେ ଭାରତର ଏହି ଜିନିଷ ବ୍ୟବହାର ଯୋଗୁଁ ଲାଗୁଛନ୍ତି ୨୦ ବର୍ଷ ପରି

କେବଳ ଭାରତୀୟ ନୁହନ୍ତି, ବିଦେଶୀମାନେ ମଧ୍ୟ ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ହଳଦୀ ବ୍ୟବହାର କରନ୍ତି। ଗଲା ସପ୍ତାହରୁ ଇନଷ୍ଟାଗ୍ରାମ୍‌ରେ ଜଣେ ବିଦେଶିନୀଙ୍କ ଫଟୋ ବାରମ୍ବାର ଶେୟାର ହେଉଛି। ଜର୍ମାନୀ ଷ୍ଟୁଗାର୍ଟ ବାସିନ୍ଦା ଆଣ୍ଡ୍ରିଆନା କ୍ରିସଜେନିକ। ବୟସ ତାଙ୍କୁ ୪୦, ହେଲେ ତାଙ୍କୁ ଦେଖିଲେ ଯେ କେହି କହିବ ଅତିବେଶୀରେ ସେ ୨୦-୨୨ ବର୍ଷ ବୟସର ଯୁବତୀ। ଆଣ୍ଡ୍ରିଆନାଙ୍କ ଫଟୋ ଓ ବୟସ କଥା ସେଠିକା ଜାତୀୟସ୍ତରରେ ମୁଖ୍ୟ ଖବର ଭାବେ ପ୍ରସାରିତ ହେଉଛି।

 

- Advertisement -

ଗଣମାଧ୍ୟମ ତାଙ୍କୁ ସୌନ୍ଦର୍ଯ୍ୟର ରହସ୍ୟ ପଚାରିବା ପରେ ସେ ନିଜ ରୂପଚର୍ଯ୍ୟା ବିଷୟରେ କହିଥିଲେ। ୧୨ ବର୍ଷ ବୟସରୁ ସେ ପ୍ରତିଦିନ ତାଙ୍କ ତ୍ବଚାରେ ହଳଦୀ ଓ ଦହି ମିଶ୍ରଣ ଲଗାଇଆସୁଛନ୍ତି। ସେ ତାଙ୍କ ଘରପାଖ ଭାରତୀୟ ଷ୍ଟୋର୍‌୍ରୁ ହଳଦୀ କିଣନ୍ତି। ପିଲାଦିନେ ତାଙ୍କ ଘରପାଖେ ଜଣେ ଭାରତୀୟ ମହିଳା ରହୁଥିଲେ। ସେହି ମହିଳା ଓ ଆଣ୍ଡ୍ରିଆନାଙ୍କ ପରିବାର ଖୁବ୍ ଘନିଷ୍ଠ ଥିଲେ। ଭାରତୀୟ ମହିଳାଙ୍କ ରୂପଚର୍ଯ୍ୟା ସେ ପିଲାଦିନୁ ଦେଖିଆସୁଥିଲେ। ହଳଦୀର ବାସ୍ନା ତାଙ୍କୁ ଖୁବ୍ ଭଲ ଲାଗିଲା।

ସେ ମଧ୍ୟ ନିଜ ତ୍ବଚାରେ ଲଗାଇ ଏହାର ଉପକାରିତା ଜାଣିଲେ। ପାଖାପାଖି ୨୫ ବର୍ଷ ଧରି ସେ ହଳଦୀ-ଦହି ପ୍ୟାକ୍ ଲଗାଇ ଆସୁଛନ୍ତି। ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ବୋଲି ହସିହସି କହିଛନ୍ତି ଆଣ୍ଡ୍ରିଆନା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories