www.samajalive.in
Saturday, December 13, 2025
21.1 C
Bhubaneswar

କଣ୍ଟାବାଞ୍ଜିରେ ଲଜ୍‌ରୁ ଜବତ ହେଲା ଗଦା ଗଦା ଟଙ୍କା – ଚାଲିଥିଲା ଏହି କାମ

କଣ୍ଟାବାଞ୍ଜି – କଣ୍ଟାବାଞ୍ଜିରେ ଥିବା ଅନପୂର୍ଣ୍ଣା ଲଜ୍‌ରୁ ୫୮ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍‌ । କଣ୍ଟାବାଞ୍ଜି ପୁଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇଁ ସହର ର ଅର୍ନପୂର୍ଣ୍ଣା ଲଜ ଉପରେ ବିଳମ୍ବିତ ରାତିରେ ଚଢାଉ କରିଥିଲା। ସେଠାରେ ଜୁଆ ଖେଳ ଚାଲିଥିଲା। ଆନ୍ଧ୍ରପ୍ରଦେଶର ୭ ଜଣ ବ୍ୟକ୍ତି ସେଠାରେ ଜୁଆ ଖେଳୁଥିଲେ। ସେମାନଙ୍କ ଠାରୁ ନଗଦ ୫୮ଲକ୍ଷ ୫୨ହାଜର ୨୫୦ଟଙ୍କା, ୪ମୁଠା ତାସ,୭ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏସ. ଡି. ପି. ଓ. ଡ଼ ହୃଷିକେଶ ମେହେର ଏ ବିଷୟରେ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ମାନେ ହେଲେ ପାଭେଲୁରୀ ଭେଙ୍ଗାଇଳେର , ପି ଗୋପୀ ନାଇଡ଼ୁ , ବି ରମେଶ ନାଏକ , କେ ଭେନକେଟେଶ୍ୱର ରାଓ, ଏନ ଲକ୍ଷ୍ମଣ , ପି ଶ୍ରୀନିବାସ ରାଓ , ଏନ. ବାବୁଦାସ ନାୟିକ ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories