www.samajalive.in
Saturday, December 13, 2025
21.1 C
Bhubaneswar

ବର୍ଷାରେ ଧସିଥିଲା ମାଟି ଓ ପଥର , ପ୍ରଶାସନ ନୁହେଁ ଗ୍ରାମବାସୀ ରାସ୍ତା ସଫା କରି ଯାତାୟତ କଲେ ସୁଗମ

ଫୁଲବାଣୀ : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କ୍ରାଣ୍ଡିବାଲି ଗ୍ରାମପଞ୍ଚାୟତର କ୍ରାଣ୍ଡିବାଲି ଠାରୁ ଡଙ୍ଗିମେଣ୍ଡି ରାସ୍ତାରେ ୨୦୨୨-୨୦୨୩ଆର୍ଥିକ ବର୍ଷରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘାଟି କଟିଙ୍ଗ୍ କରି ରାସ୍ତା ନିର୍ମାଣ କରାଯାଇଥିଲା । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗୁଡୁବାଲିଙ୍ଗା ଘାଟିରେ ମାଟି ଅତଡା ସହ ବଡ଼ ବଡ଼ ପଥର ଧସି ରାସ୍ତା ଅବରୋଧ ହୋଇଥିଲା । ଏହି ରାସ୍ତା ଦେଇ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କିଛି ଲାଭ ହୋଇ ନଥିଲା ।

ରାସ୍ତା ସଫା ହୋଇପାରିନଥିଲା । ପାସାଡାଡ଼ି ଗ୍ରାମର ଲୋକେ ରାସ୍ତାରେ ପଡିଥିବା ବଡ଼ ବଡ଼ ପଥର ହଟେଇ ଥିଲେ । ସୂଚନାଯୋଗ୍ୟ,ପାସାଡାଡ଼ି ଗ୍ରାମରେ ୩୦ ପରିବାର ବାସକରନ୍ତି। ଏହି ରାସ୍ତା ଦେଇ ପାସାଡାଡ଼ି ସହ ଲହଣ୍ଡି, ପାଦିରିପଡା ଗ୍ରାମର ଲୋକମାନେ ଯାତାୟତ କରନ୍ତି । ପାସାଡାଡ଼ି ଗ୍ରାମର ଦୂରତା ପଞ୍ଚାୟତ ମୁଖ୍ୟାଳୟ କ୍ରାଣ୍ଡିବାଲି ଠାରୁ ୫ କିଲୋମିଟର । ପାସାଡାଡ଼ିର ଲଙ୍କେଶ୍ୱର କହଁର,ଅଭିମନ୍ୟୁ କହଁର,ଗୌରହରି କହଁର,ଡମ୍ବୁରୁଧର କହଁର,ଉଦୟ ନାଥ କହଁର, ନକୁଳ କହଁର,ମୋହନ କହଁର ପ୍ରମୁଖ ବଡ଼ ବଡ଼ ପଥର ହଟେଇବା ପରେ ରାସ୍ତାରେ ଯାତାୟତ ସମ୍ଭବ ହୋଇପାରିଛି । ରାସ୍ତା ସମ୍ପୂର୍ଣ୍ଣ ପରିଷ୍କାର କରି ଯାତାୟତ ସ୍ୱାଭାବିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories