www.samajalive.in
Thursday, December 11, 2025
15.1 C
Bhubaneswar

ପିଲା ଚୋର ସନ୍ଦେହରେ ମାଡ଼ ମାମଲା, ୫ ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର କିଛି ଯୁବକ ଗତ ୨ ତାରିଖ ରାତିରେ ଟିଟିଲାଗଡ଼ ବେଲଗାଁ ରାସ୍ତାରେ କାରରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତ କାରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏନେଇ ଆକ୍ରମଣର ଶିକାର ଯୁବକଙ୍କ ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ କେସ ନମ୍ବର ୨୧୭/୨୨ ଦଫା ୧୪୭, ୧୪୮, ୩୪୬, ୨୯୪, ୩୨୩, ୩୨୫, ୪୨୭, ୫୦୬, ୧୪୯/୧୦ କ୍ରମେ ମାମଲା ରୁଜୁ ସହ ଆଇଆଇସି ରଞ୍ଜନ ବରିହାଙ୍କ ନେତୃତ୍ୱରେ ଏସଆଇ ଦେବାଶିଷ ଶତପଥୀ ଅଭିଯୁକ୍ତଙ୍କୁ ଧରପଗଡ଼ ନେଇ ଚଢ଼ାଉ ଜୋରଦାର କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ୫ ଅଭିଯୁକ୍ତ ମକଶିର ସାଗର, ରୁପେଶ ସାଗର, ବିଦ୍ୟା ନାଗ, ଦକ୍ଷ ସାଗର, ପରମାନନ୍ଦ ସୁନାଙ୍କୁ ଗିରଫ ସହ ପୁଲିସ କୋର୍ଟ ଚାଲାଣ କରିଛି। ମାମଲାରେ ଅନ୍ୟ ଫେରାର ଅଭିଯୁକ୍ତଙ୍କ ତଲାସ ଜାରି ରହିଥିବା ପୁଲିସ କହିଛି। ଅନ୍ୟପକ୍ଷରେ ପିଲା ଚୋର ସନ୍ଦେହରେ ଏଭଳି କେହି ଆଇନ ହାତକୁ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ଆଇଆଇସି ଶ୍ରୀ ବରିହା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories