www.samajalive.in
Monday, December 8, 2025
27.1 C
Bhubaneswar

ସଲ୍‌ମାନଙ୍କୁ ହତ୍ୟା ଧମକ ମାମଲା; ତଦନ୍ତ ଭାର ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ୍ ଖାନଙ୍କୁ ହତ୍ୟା ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଭାର ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ବାନ୍ଦ୍ରା ପୁଲିସ ଏହାର ତଦନ୍ତ କରୁଥିଲା। ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଣ୍ଡିଗଡ଼ ଯାଇଛନ୍ତି। ଏଥିସହ ବାନ୍ଦ୍ରାସ୍ଥିତ ସଲମାନଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ମୁମ୍ବାଇ ପୁଲିସର କର୍ମଚାରୀମାନେ ବିଲ୍ଡିଂ ପରିସରରେ ମୁତୟନ ହୋଇଥିବାବେଳେ ଘରୋଇ ସୁରକ୍ଷା କର୍ମୀମାନେ ବାହାରେ ଜଗି ରହିଥିବା ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ସଲମାନଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ‘ପ୍ଲାନ-ବି’ର ନେତୃତ୍ୱ ନେଉଥିଲା। ଲରେନ୍ସ ବିିଷ୍ଣୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତକୁ ଦିଲ୍ଲୀ ସ୍ପେଶାଲ ସେଲ ଓ ପଞ୍ଜାବ ପୁଲିସର ମିଳିତ ଅପରେସନରେ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା।

- Advertisement -

ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସଲମାନଙ୍କ ପାନଭେଲରେ ଥିବା ଫାର୍ମ ହାଉସକୁ ଯିବା ବାଟରେ ଲରେନ୍ସ ଗ୍ୟାଙ୍ଗର ସୁଟରମାନେ ସେଠାରେ ପ୍ରାୟ ଦେଢ ମାସ ଜଗି ରହିଥିଲେ। ଲରେନ୍ସର ସୁଟରମାନେ ସେହି କୋଠରୀରେ ସଲମାନଙ୍କୁ ଆକ୍ରମଣ କରିବା ପାଇଁ ପିସ୍ତଲ କାର୍ଟ୍ରିଜ୍ ମଧ୍ୟ ରଖିଥିଲେ।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories