www.samajalive.in
Thursday, December 11, 2025
15.1 C
Bhubaneswar

ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ ।
ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି । ଖେଳାଳି ଭାବେ ଅବସର ଗହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଂଚାଇଜି ଟାଇଟାନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟାନ୍ସ ପାଂଚଟି ଘରୋଇ ଟାଇଟଲ ବିଜୟୀ ହୋଇଛି । ୨୦୧୯ରେ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁଠାରେ ତାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ଦଳ ୧୧ ଟେଷ୍ଟ, ୧୨ ଏକଦିବସୀୟ ଓ ୨୩ଟି ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ।
ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, ‘ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସକୁ ସ୍ୱାଗତ କରିବା ଆମ ପାଇଁ ଖୁସିର ବିଷୟ । ପଡ଼ିଆ ଭିତରେ ଓ ବାହାରେ ଜଣେ କୋଚ୍ ଭାବରେ ପ୍ରମାଣିତ ଦକ୍ଷତା ବଳରେ ନିଜ ଟିମ୍‌କୁ ଏକାଧିକ ବିଜୟ ଦିଗରେ ମାର୍ଗଦର୍ଶନ କରିଥିବା ମାର୍କ ଏମ୍‌ଆଇରେ ଉଲ୍ଲେଖନୀୟ ଯୋଗଦାନ କରିବେ ଓ ଏହାର ପରମ୍ପରାକୁ ଆଗକୁ ବଢ଼ାଇବେ ।’’
ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ୍ ଶ୍ରୀଯୁକ୍ତ ମାର୍କ ବାଉଚର କହିଛନ୍ତି ଯେ, ‘ଏମ୍‌ଆଇର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ସମ୍ମାନର ବିଷୟ । ଏକ ଫ୍ରାଂଚାଇଜି ଭାବେ ସେମାନଙ୍କ ଇତିହାସ ଓ ସଫଳତା ସେମାନଙ୍କୁ ସ୍ପଷ୍ଟ ଭାବେ କ୍ରୀଡ଼ା ଦୁନିଆରେ ଅନ୍ୟତମ ସଫଳ ସ୍ପୋର୍ଟସ୍ ଫ୍ରାଂଚାଇଜିରେ ପରିଣତ କରିଛି । ଶ୍ରେଷ୍ଠ ନେତୃତ୍ୱ ଓ ଖେଳାଳିଙ୍କ ସହ ଏହା ହେଉଛି ଏକ ଦୃଢ଼ ୟୁନିଟ୍ । ଏହି ଚମତ୍କାର ୟୁନିଟ୍‌ରେ ଯୋଗଦାନ କରି ସମୃଦ୍ଧ କରିବାକୁ କରିବାକୁ ମୁଁ ଚାହିରହିଛି ।’’

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories