www.samajalive.in
Saturday, December 6, 2025
19.1 C
Bhubaneswar

ବିଜେଡିରେ ମିଶିବେ ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା

ଲକ୍ଷ୍ମୀପୁର: ସରକାରୀ କଳ ଓ ସରକାରୀ ଦଳକୁ ସମାଲୋଚନା କରୁଥିବା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ବିଜୁ ଜନତା ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନାଚିକା ତାଙ୍କର ସମର୍ଥକମାନଙ୍କୁ ନେଇ ନାରାୟଣପାଟଣାର ଭାଲିଆପୁଟ ସ୍ଥିତ ତାଙ୍କ ଗାଁରୁ ଗୁରୁବାର ବାହାରି ଆଜି ରାଜଧାନୀ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ତାଙ୍କ ସହିତ କୋରାପୁଟ ଜିଲାସ୍ତରୀୟ ନେତାମାନେ ମଧ୍ୟ ଯାଇଛନ୍ତି। ସେ ରାଜ୍ୟସ୍ତରୀୟ ନେତାମାନଙ୍କ ଗହଣରେ ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଦିନ ଥିଲା ନାଚିକା ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଅଧିକାର ଓ ମଦ ମୁକ୍ତି ଅଭିଯାନ ପାଇଁ କୋରାପୁଟ ଜିଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଆନ୍ଦୋଳନକୁ ଜୋରଦାର କରିଥିଲେ। ତାଙ୍କ ଡାକରାରେ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଥିଲେ। ତେବେ ୨୦୦୯ ନଭେମ୍ବର ମାସ ୨୦ ତାରିଖରେ ନାରାୟଣପାଟଣା ଥାନା ଆକ୍ରମଣ ଅଭିଯୋଗରେ ସଂଘର ଦୁଇ ସଦସ୍ୟ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ ନାଚିକା ଆତ୍ମ ଗୋପନ କରିଥିଲେ ପ୍ରାୟ ୪ ବର୍ଷ। ଏପରିକି ଏହି ସମୟରେ ହଜାରହଜାର ସଂଘ ସଦସ୍ୟ ଆତ୍ମସମର୍ପଣ କରିବା ସହିତ ଶତାଧିକଙ୍କୁ ପୁଲିସ ଗିରଫ କରିଥିଲା। ସେହିପରି ନାଚିକା ଲିଙ୍ଗାଙ୍କ ନାମରେ ବିଭିନ୍ନ ଦଫାରେ ୪୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇ ସେ ବିଚାରାଧୀନ ବନ୍ଦୀ ଭାବେ ରହି ୨୦୨୦ରେ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସେହିପରି ଏହାରି ଭିତରେ ତାଙ୍କ ପତ୍ନୀଙ୍କୁ ପୋଡାପଦର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ କରାଇବାକୁ ସକ୍ଷମ ହୋଇଥିଲେ।

ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ନାଚିକା ନାରାୟଣପାଟଣା ବ୍ଲକର ଜିଲାପରିଷଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ତେବେ ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲା ବେଳେ ନାଚିକା ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ଶାସକ ବିଜେଡି ଏଠାରେ ତୃତୀୟ ସ୍ଥାନରେ ରହିଥିଲା। ତେବେ ୨୦୧୯ ବିଧାନସଭା ନିର୍ବାଚନର ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ଏକ ପ୍ରକାର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା କଥା ଶୁଣା ଯାଉଥିବା ବେଳେ ତାଙ୍କ ନାମରେ ମାମଲା ଥିବା କାରଣରୁ ପ୍ରାର୍ଥୀ କରିବାରୁ ଦୂରେଇ ଯାଇଥିଲା। ତେବେ ଆଜି ନାଚିକା ଶାସକ ବିଜେଡି ଦଳରେ ସାମିଲ ହେଉଥିବା କାରଣରୁ ଆଗାମୀ ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହେଉଥିବା କଥା ଶୁଣିବା ମିଳୁଥିବା ବେଳେ ଏଠାରେ ଯେଉଁ ଏକାଧିକ ଆଶାୟୀ ରହିଛନ୍ତି ସେମାନଙ୍କର କଣ ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି । ସେହିପରି ଯେଉଁ ନାଚିକା ବିଗତ ଦିନରେ ସରକାରୀ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଉଥିଲେ ବର୍ତ୍ତମାନ ସେ କିପରି ତାଙ୍କର ନେତୃତ୍ବକୁ ପ୍ରତିପାଦିତ କରିବେ ତାହା ଦେଖିବା ବାକି ରହିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories