ଭୁବନେଶ୍ୱର : ଆଜି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱରର କୁଆଖାଇ ପଠା। ଆରମ୍ଭ ହୋଇ ସାରିଛି ସୂର୍ଯ୍ୟକିରଣ ଶୋ। ବରୀତ୍ୱ ପ୍ରଦର୍ଶନ କରୁଛନ୍ତି ବାୟୁବୀର। ଏରୋବେଟିକ୍ ଟିମ୍ର ଆକାଶ ମାର୍ଗରେ କରୁଛନ୍ତି ସାହସିକ ପ୍ରଦର୍ଶନ। ଏକାସାଙ୍ଗରେ ଆକାଶରେ ଉଡୁଛି ୯ଟି ହକ୍ ଲଢୁଆ ବିମାନ। ଆକାଶରେ ଜଲୱା ଦେଖାଉଛି ସୂର୍ଯ୍ୟକିରଣ ଟିମ୍। ନିର୍ଦ୍ଧାରିତ ସମୟ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀର କୁଆଖାଇ ପଠାରେ ଆରମ୍ଭ ହୋଇଛି ଏହି ଶୋ। ଏଥିପାଇଁ ବାୟୁସେନା ପକ୍ଷରୁ ପୂର୍ବପ୍ରସ୍ତୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ଦର୍ଶକ ମଧ୍ୟ ଶୋ ଦେଖୁଛନ୍ତି। ଶୋ ପାଇଁ ନଦୀପଠାର ଉଭୟ ପଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଓଡ୍ରାଫ୍ ଟିମ୍ ସହ ଅନ୍ୟ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି।
Popular Categories



