www.samajalive.in
Thursday, December 11, 2025
18.1 C
Bhubaneswar

ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ! ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକ

ଧର୍ମଗଡ: ଦୁର୍ଘଟଣା ନୁହେଁ ଯୁବକଙ୍କୁ କରାଯାଇଛି ଯୋଜନାବଦ୍ଧ ହତ୍ୟା । ଗତ ୧୦ ତାରିଖ ଦିନ ଗଡିଆଯୋର ଠାରେ ହୋଇଥିବା ଦୁର୍ଘଟଣା ଏକ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକ । ଆଜି ସକାଳେ ଖୁଣ୍ଟିଆ ବିଜୁ ଏକ୍ସପ୍ରେସ ୱେରେ ଯୁବକଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଥିଲା ।

ସୂଚନା ଅନୁଯାୟୀ କୋକସରା ଥାନା ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗାଁର ବୁଡୁ ଧାରୁଆ ଓ ଗଜପତି ମେହେର ଏକ ବାଇକ ଯୋଗେ ଧର୍ମଗଡ ପଟୁ ଫେରୁଥିଲେ । ସେହି ସମୟରେ ଗଡିଆଯୋର ଠାରେ ଏକ ସାଇକେଲ ଆରୋହୀଙ୍କ ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ତିନି ଜଣଯାକ ଆହତ ହୋଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବୁଡୁ ଏବଂ ଗଜପତିଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

- Advertisement -

ଗତ ୧୩ ତାରିଖରେ ବୁଡୁ ଧାରୁଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଶବ ଗାଁକୁ ଆସିବା କିଛି ସମୟପରେ ଗଜପତିଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । କିନ୍ତୁ କିଛି ପ୍ରଶାସନିକ କାର୍ଯ୍ୟ ବାକି ହେତୁ ଆଜି ସକାଳେ ତାଙ୍କ ମରଶରୀର ଗାଁକୁ ଫେରିବା ପରେ ପରିବାର ଓ ଉତ୍ତ୍ୟକ୍ତ ଗ୍ରାମବାସୀ ସକାଳୁ ଖୁଣ୍ଟିଆ ଛକ ଠାରେ ଶବରଖି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଧର୍ମଗଡ ପୁଲିସ, କୋକସରା ପୁଲିସ ଓ କୋକସରା ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ରେଡକ୍ରସ୍ ପାଣ୍ଠିରୁ ମଧ୍ୟ ଦୁଇ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories