www.samajalive.in
Monday, December 8, 2025
13.1 C
Bhubaneswar

ପ୍ରେମ୍‍ ଆନନ୍ଦଙ୍କୁ ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର : ପ୍ରସିଦ୍ଧ ସଂଗୀତ ନିର୍ଦେଶକ ପ୍ରେମ୍‍ ଆନନ୍ଦଙ୍କୁ ମିଳିଛି ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅବସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରହରୀ ଦାସ ସଂଗୀତ ନିର୍ଦେଶକ ପ୍ରେମ୍‍ ଆନନ୍ଦଙ୍କୁ ଏହି ଆୱାର୍ଡ ପ୍ରଦାନ କରିଥିଲେ। ଓଡ଼ିଆ ମିଡିଆ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା।
ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ, ରେଡିଓ ଚକୋଲେଟ ଆୱାର୍ଡ, ତରଙ୍ଗ ସିନେ ଆୱାର୍ଡ, ଜି-ସାର୍ଥକ ଆୱାର୍ଡ ଭଳି ମର୍ଯ୍ୟାଦାଜନକ ଆୱାର୍ଡର ଅଧିକାରୀ ପ୍ରେମ୍‍ ଆନନ୍ଦ ଓଡ଼ିଆ, ହିନ୍ଦୀ ଓ ମରାଠୀ ସିନେମାରେ ସଂଗୀତ ନିର୍ଦେଶନା ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି। ଅଦ୍ୟାବଧି ସେ ୫୫ଟି ଓଡ଼ିଆ ସିନେମାରେ ସଂଗୀତ ନିର୍ଦେଶନା ଦେଇ ମାଇଲଖୁଣ୍ଟ ତିଆରି କରିଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories