www.samajalive.in
Saturday, December 13, 2025
26.1 C
Bhubaneswar

ଘର ଭାଙ୍ଗି ଦେଲେ ଜଙ୍ଗଲୀ ହାତୀ – ଏବେ ଅସହାୟ ଅବସ୍ଥାରେ ଆଦିବାସୀ ପରିବାର

ପାଟଣା – ପାଟଣା ବନାଞ୍ଚଳ ରେ ୨୨ ଘରିଆ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ଉଗ୍ର ହେଉଛି । ଏହି ହାତୀପଲ ଗତରାତିରେ ସୂହାଗପୁର ଗ୍ରାମରେ ପଶି ଋଷି ମୁଣ୍ଡା (୩୫)ନାମକ ଜଣେ ବ୍ୟକ୍ତି ଙ୍କ ଘରଭାଙ୍ଗି ଦେଇଛନ୍ତି । ଏହା ସହ ସେ ରଖିଥିବା ଧାନ ଚାଉଳ ଖାଇବା ସହ ନଷ୍ଟ କରିଛନ୍ତି ।

ପୂର୍ବରୁ ଋଷି ମୁଣ୍ଡା ଙ୍କ ବାପା ମୃତ୍ୟୁ ହୋଇଛି , ଗତ ୫ ଦିନ ତଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । ସେ ଶୁଦ୍ଧି କ୍ରିୟା ପାଇଁ ଚାଉଳ ଓ ଅନ୍ୟାନ୍ୟ ଜିନିଷ ପତ୍ର ଯୋଗାଡ଼ କରି ଘରେ ରଖିଥିଲେ। ହାତୀ ଚାଉଳ ଧାନ ଖାଇଯିବା ଓ କାନ୍ଥ ପଡି ଜିନିଷ ପତ୍ର ନଷ୍ଟ ହୋଇଯିବା ରୁ ସେ ମାଆ ର ଶୁଦ୍ଧି କ୍ରିୟା କିପରି କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି।

- Advertisement -

ଘର ଭାଙ୍ଗି ଯାଇଥିବା ୩ ପିଲା ସହ ପରିବାରୁ ଲୋକଙ୍କୁ ଧରି ସେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ବନପାଳ ସୁନିତା ବଘେଲ ଓ ମୋହୀନି ମହାନ୍ତ ସୁହାଗପୁର ଯାଇ କ୍ଷୟ କ୍ଷତି ର ଆକଳନ କରିଛନ୍ତି।ଏହି ହାତୀପଲ ମଙ୍ଗଳବାରରେ ଖଜୁରିଡିହା ନିକଟରେ ଡେରା ପକାଇଥିବା ବେଳେ ଆଖପାଖ ଗ୍ରାମ ବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories