www.samajalive.in
Monday, December 8, 2025
13.1 C
Bhubaneswar

ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ

କଟକ : ରାଉସାପାଟଣା ଦୁର୍ଗା-କାଳୀ ପୂଜାକମିଟି ପକ୍ଷରୁ ପୂଜାମଣ୍ଡପ ନିକଟରେ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ସୋମବାର ଉଦ୍‍ଘାଟିତ ହୋଇଯାଇଛି। କ୍ୟାଟ୍‍ର ପୂର୍ବତନ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ଏହାକୁ ଉଦ୍‍ଘାଟନ କରିଥିଲେ। ଗାନ୍ଧିଜୀ ୧୯୨୧ ମସିହାରେ କଟକ ଆସିଥିବା ଅବସରରେ ସେ ବ୍ୟବହାର କରିଥିବା ଚୌକି ଓ ଦରି ଏଥିରେ ପ୍ରଦର୍ଶିତ କରାଯାଇଛି। ଏଥିସହ ସେ ବ୍ୟବହାର କରିଥିବା ଘଣ୍ଟା, ଚଷମା, କଠଉ, ଅରଟ ସମେତ ୮୦ରୁ ଊର୍ଦ୍ଧ୍ବ ବିରଳ ଫଟୋଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଛି। ଏହି ଦୁର୍ଲ୍ଲଭ ସାମଗ୍ରୀକୁ ଦିଲ୍ଲୀସ୍ଥିତ ଜାତୀୟ ଗାନ୍ଧୀ ସଂଗ୍ରହାଳୟରୁ ଅଣାଯାଇଛି। ଦଶମୀ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଜାତିର ପିତାଙ୍କ ନିତ୍ୟ ବ୍ୟବହାର୍ଯ୍ୟସାମଗ୍ରୀ ଦେଖିବାକୁ ବେଶ୍‍ ଭିଡ ପରିଲକ୍ଷିତ ହେଉଛି। ପୂଜା କମିଟି ସଭାପତି ଗୌର ଗୋପାଲ ସେନ୍‍, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ଦାସ, ଉପସଭାପତି ଦେବଦତ୍ତ ସେନ୍‍, ସନ୍ତୋଷ କୁମାର ଦାସ, କାର୍ଯ୍ୟକାରୀ ସମ୍ପାଦକ ଅର୍ଣ୍ଣଦା ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ମୀନକେତନ ଦାସ,ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସେନ୍‍, ହରିହର ସେନ୍‍, ନରାୟଣ ଦାସ, ପ୍ରଭାତଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ନାରାୟଣ ସେନ୍‍ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories