www.samajalive.in
Saturday, December 6, 2025
16.1 C
Bhubaneswar

ସପ୍ତମୀରେ ଭିଡ଼ ଅଣାୟତ୍ତ

କଟକ : ଶାରଦୀୟ ପୂଜା ପାଇଁ ସହର ଏବେ ଚଳଚଞ୍ଚଳ। ମଙ୍ଗଳବାର ମହାସପ୍ତମୀରେଅଧିକାଂଶ ପୂଜାମଣ୍ଡପରେ ସଂଧ୍ୟା ୫ଟାରୁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଗହଳି ଲଗାଇଥିଲେ। ପୂଜାମଣ୍ଡପ ସହ ଏପଟେ ଅଷ୍ଟମୀ ପୂଜା ପାଇଁ କିଣାକିଣିକୁ ନେଇ ବଜାରରେ ଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହୋଇଥିଲା।
ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ମୁଖ୍ୟରାସ୍ତାଗୁଡ଼ିକ ଏକପ୍ରକାର ଚକାଜାମ୍‍ ହୋଇପଡିବାରୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଆଜି ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶକ୍ତି ପୀଠଗୁଡିକରେ ଅଷ୍ଟମୀ ପୂଜା ସଂପନ୍ନ ହୋଇଛି। ଅଷ୍ଟମୀ ପୂଜାପାଇଁ ସକାଳୁ ପୀଠଗୁଡିକରେ ଭିଡ ଲାଗିରହିଥିଲା। ଆସନ୍ତାକାଲି ମୃଣୟୀ ଦେବୀଙ୍କ ଅଷ୍ଟମୀ ପୂଜା ପାଇଁ ଦୋକାନଗୁଡିକରେ ମଧ୍ୟ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ପାର୍କିଂ ବ୍ୟବସ୍ଥା ନଥିବାରୁ ଦୋକାନକୁ ଆସୁଥିବା ଗ୍ରାହକମାନେ ସେମାନଙ୍କ ଯାନବାହନଗୁଡିକ ରାସ୍ତା ଉପରେ ରଖିବାକୁ ବାଧ୍ୟ ହୋଇଥିଲେ। ଏପଟେ ରାସ୍ତା ଉପରେ ଗାଡି ନ ରଖିବା ପାଇଁ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ଭିଡ଼ ଅସମ୍ଭାଳ ହୋଇ ପଡ଼ିଥିଲା। କେତେକ ସ୍ଥାନରେ ଅନୁମତି ପତ୍ର ପ୍ରାପ୍ତ ବ୍ୟକ୍ତି ଓ ପୁଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଅଷ୍ଟମୀରେ ପାଇଁ ମଧ୍ୟ ପ୍ରବଳ ଗହଳି ହେବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ ନିୟମକୁ କଡାକଡିଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories