ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟ୍କା ଲାଗିଛି। ନିର୍ବାଚନ ପୂର୍ବରୁ ଦଳର ଅନ୍ୟତମ ପ୍ରମୁଖ ନେତା ମାନବେନ୍ଦ୍ର ସିଂହ କଂଗ୍ରେସରେ ମିଶିବାକୁ ଯାଉଛନ୍ତି। ମାନବେନ୍ଦ୍ର ବୁଧବାର କଂଗ୍ରେସରେ ଯୋଗଦେବେ।
ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ। ଏ ସମ୍ପର୍କରେ ମାନବେନ୍ଦ୍ର ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାନବେନ୍ଦ୍ର ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପୁଅ। ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ବିଜେପିରୁ ଇସ୍ତଫା ଦେଇଥିଲେ।
ଆଜି କଂଗ୍ରେସରେ ମିଶିବେ ଯଶୱନ୍ତ ସିଂହଙ୍କ ପୁଅ
Popular Categories



