www.samajalive.in
Monday, December 8, 2025
24.1 C
Bhubaneswar

୨୩ରେ ହାଜର ହେବେ ଅଭିଜିତ

ନୂଆଦିଲ୍ଲୀ/ଭୁବନେଶ୍ୱର : ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗଠିତ ଓଡ଼ିଶା ବିଧାନସଭା କମିଟି ସମ୍ମୁଖରେ ହାଜର ହେବା ପାଇଁ ଅଭିଜିତ ଆୟରଙ୍କୁ ଦ୍ୱିତୀୟ ଥର ପାଇଁ ଓଡ଼ିଶା ପୁଲିସ ତରଫରୁ ଅବଗତ କରାଯାଇଛି। ଆସନ୍ତା ୨୩ରେ ବିଧାନସଭା କମିଟି ସମ୍ମୁଖରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ଅଭିଜିତଙ୍କୁ ଜଣାଇ ଦିଆଯାଇଛି। ମଙ୍ଗଳବାର ଇନ୍ସିପେକ୍ଟର ଦେବାଶିଷ ମିଶ୍ର ଦିଲ୍ଲୀ ପୁଲିସ ସହାୟତାରେ ଅଭିଜିତଙ୍କ ସ୍ଥାନୀୟ ସଫଦରଜଙ୍ଗ ଏନକ୍ଲେଭସ୍ଥିତ ବି୫/୧୪୧ ଘରେ ପହଞ୍ଚି ବିଧାନସଭା କମିଟି ସମନକୁ ହସ୍ତାନ୍ତର କରିଥିଲେ। ସମନକୁ ନିଜେ ଅଭିଜିତ ଗ୍ରହଣ କରି ଆସନ୍ତା ଅକ୍ଟୋବର ୨୩ରେ ହାଜର ହେବା ପାଇଁ ସମ୍ମତି ପ୍ରକାଶ କରିଥିବାର ଜଣାପଡ଼ିଛି। ଏହାବ୍ୟତୀତ ବିଧାନସଭା ସଚିବାଳୟ ପକ୍ଷରୁ ମଧ୍ୟ ତାଙ୍କୁ ଇ-ମେଲ ଯୋଗେ ନୋଟିସ ପଠାଯାଇଛି।
ଓଡ଼ିଶାର ବିଧାୟକମାନଙ୍କ ପ୍ରତି ମାନହାନି ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତଙ୍କୁ ଅକ୍ଟୋବର ୧୧ ତାରିଖରେ ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲା। ସେ ଇ-ମେଲ ଯୋଗେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ଆସିନଥିଲେ। ଆଉ ଏକ ଇ-ମେଲ ମାଧ୍ୟମରେ ଅକ୍ଷମଣୀୟ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗଠିତ ଗୃହ କମିଟି ନିକଟରେ ଅଭିଜିତ ଉପସ୍ଥିତ ରହିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। କମିଟି ତାଙ୍କୁ ଆଉ ଏକ ସୁଯୋଗ ପ୍ରଦାନ ପୂର୍ବକ ଆସନ୍ତା ୨୩ ତାରିଖରେ ହାଜର ପାଇଁ ନୋଟିସ ଦେବାକୁ ପୁଲିସ ମହା ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲା। ପୁରୀ ବଳିଆପଣ୍ଡା ଥାନା ଅଧିକାରୀ ଦେବାଶିଷ ମିଶ୍ର ନୂଆଦିଲ୍ଲୀ ଯାଇ ସୋମବାର ଅଭିଜିତଙ୍କୁ ନୋଟିସ ପ୍ରଦାନ କରିଛନ୍ତି। ନୋଟିସ ଗ୍ରହଣ କରି ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତିଗତ ଭାବେ ହସ୍ତାନ୍ତର କରାଯାଇଥିବା ଏବଂ ଇ-ମେଲ ଯୋଗେ ପଠାଯାଇଥିବା ନୋଟିସରେ ୨୩ ତାରିଖ ପୂର୍ବାହ୍ନ ୧୧ଟା ବେଳେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବାକୁ ଥିବା ଗୃହ କମିଟି ନିକଟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ସୂଚନାଯୋଗ୍ୟ ଯେ ମୌସୁମୀ ଅଧିବେଶନର ଶେଷ ଦିନ ବିଧାୟକମାନଙ୍କ ପ୍ରତି ଅଭିଜିତ ଆୟାରଙ୍କ ଅରୁଚିକର ମନ୍ତବ୍ୟ ଓ ଟୁଇଟ୍‍କୁ ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଚସ୍ପତି ଏହାର ତଦନ୍ତ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରଛନ୍ତି। କମିଟି ଏହାର ତଦନ୍ତ କରୁଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories