www.samajalive.in
Thursday, December 11, 2025
18.1 C
Bhubaneswar

ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ମନ୍ତ୍ର ସହ ଅଗ୍ରସର ହେଉଛି ନବଭାରତ – ମୋଦୀ

ଡେସ୍କ: କେନ୍ଦ୍ର ସରକାର ବିଜ୍ଞାନ ଭିତ୍ତିକ ବିକାଶର ଭିଜନ୍‍ ସହ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ୨୦୧୪ ପରଠାରୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ପୁଞ୍ଜି ନିବେଶରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଜି ଭିଡ଼ିଓ କନ୍‍ଫରେନ୍ସିଙ୍ଗ୍‍ ଜରିଆରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀକୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ଯୋଗୁଁ ଭାରତ ବିଶ୍ୱ ନବୀକରଣ ସୂଚୀରେ ୪୬ତମ ସ୍ଥାନରେ ରହିଛି। ୨୦୧୫ରେ ଭାରତ ଏହି ସୂଚୀରେ ୮୧ତମ ସ୍ଥାନରେ
ଥିଲା।


ସେ କହିଛନ୍ତି, ଭାରତକୁ ଗବେଷଣା ଓ ନବୀକରଣର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତ୍ୟେକଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେବ। ଗବେଷଣା ସମ୍ବନ୍ଧୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ସ୍ଥାନୀୟ ସ୍ତରରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସର୍ବସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ବୈଜ୍ଞାନିକମାନଙ୍କର ସଫଳତାର ଉତ୍ସବ ପାଳନ କରୁଥିବା ବେଳେ ବିଜ୍ଞାନ ସମାଜ ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। ବୈଜ୍ଞାନିକମାନଙ୍କ ସଫଳତା ଗୁଡ଼ିକର ଦ୍ୱିଗୁଣିତ ଉତ୍ସାହ ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାରଗୁଡିକ ଅଧିକରୁ ଅଧିକ ବିଜ୍ଞାନ ପ୍ରତିଷ୍ଠାନ ସ୍ଥାପନ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ରାଜ୍ୟଗୁଡ଼ିକର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନବୀକରଣ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି
କରାଯିବା ଆବଶ୍ୟକ। ଆଜିର ନବଭାରତ ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ର ମନ୍ତ୍ର ସହ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories