www.samajalive.in
Sunday, December 7, 2025
26.1 C
Bhubaneswar

ରାଗିଂ ଅଭିଯୋଗରେ ଛାତ୍ରଙ୍କ ବିଷ ପିଇବା ଘଟଣା; ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ

ତିହିଡ଼ି ନିପ୍ର: ରାଗିଂ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା  ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ରାଗିଂ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହି ରାଗିଂ ଫଳରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗ ଛାତ୍ର ଆଶୁତୋଷ ମଲ୍ଲିକ ବିଷ ପିଇଦେଇଛନ୍ତି । ଆଇଟିଆଇରୁ କଲେଜରୁ ଆଶୁତୋଷ ଘରକୁ ଫେରିବା ପରେ ବିଷ ପିଇ ଦେଇଥିଲେ ।  ଫଳରେ ରାସ୍ତାରେ ଅଚେତ ହୋଇ ପଡିବା ସହ ଗୁରୁତର ହେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ମାଙ୍କଡ଼ କରୁଛି ବାଇକ୍‌ ରେସିଂ; ଦେଖନ୍ତୁ ଏହି ମଜାଦାର ଭିଡିଓ

- Advertisement -

ତେବେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଏକ ଚିଠି ମିଳିଛି । ଯେଉଁ ଚିଠି ଛାତ୍ରଙ୍କର ବୋଲି କୁହାଯାଉଛି । ସେ ମୋବାଇଲ ଚଳାଇ ନପାରିବା ଓ ଇଂଲିଶ ପଢି ନପାରିବାକୁ ନେଇ ସାଙ୍ଗ ମାନେ ମଜାକ କରିବା ସହ ଟାହି ଟାପରା କରାଯାଉଥିବା ଚିଠିରେ ଉଲ୍ଲେଖ ରହିଛି । ତେବେ ହାତ ଲେଖାଟି କାହାର ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ତିହିଡି ପୁଲିସ ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ଆରମ୍ଭ କରିଛି । କିନ୍ତୁ କଲେଜର ମୁଖ୍ୟ ପରିଚାଳକଙ୍କ କହିବା କଥା ଯେ ତାଙ୍କ ଅନୁଷ୍ଠାନରେ ପୂର୍ବରୁ ସେମିତି କୌଣସି ଘଟଣା ଘଟିନାହିଁ । ଘଟଣାକୁ ନେଇ କଲେଜ ତରଫରୁ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ତିହିଡି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories