www.samajalive.in
Sunday, December 14, 2025
26.1 C
Bhubaneswar

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି:ପିପିଲି ପୌରାଞ୍ଚଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିସରରେ ବ୍ୟାଙ୍କର ଗ୍ରାହକଙ୍କ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‍ପିଟାଲର ଭେଷଜ ବିଶେଷଜ୍ଞ ଡାକ୍ତର ମୋହିତ ଚୌହାନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ରୋହେଲାଙ୍କ ସମେତ ସହଯୋଗୀ ଅମନ କୁମାର ପୂଜାରୀ, ସୁଶ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ, ଅନୀତା ପଲେଇ ଓ ଦୀପକ ବେହେରା ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ବ୍ୟାଙ୍କର ଅଧିକାରୀ, କର୍ମଚାରୀଙ୍କ ସମେତ ଶତାଧିକ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି ଶିବିରରେ ହୃଦରୋଗ ସମସ୍ୟା ଥିବା ଗ୍ରାହକଙ୍କର ଇସିଜି କରାଯାଇଥିବା ବେଳେ ମଧୁମେହ ରୋଗୀଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ବ୍ୟାଙ୍କକୁ ଆସିଥିବା ସମସ୍ତ ଉପଭୋକ୍ତାଙ୍କର ରକ୍ତଚାପ ଯାଞ୍ଚ କରାଯାଇଥିଲା। ଶାଖା ମୁଖ୍ୟ ପରିଚାଳକ ଲୋହିତ ନନ୍ଦ ଓ ଡେପୁଟି ବ୍ରାଞ୍ଚ ମ୍ୟାନେଜର ରାଜଶ୍ରୀ ରଥ ଉପସ୍ଥିତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପିପିଲି ଏସ୍‍ବିଆଇ ଶାଖାର କର୍ମଚାରୀ ଅସିତ ମିଶ୍ର, ସୁରେନ୍ଦ୍ର ସେଠୀ, ଅଲେଖ ସାସମଲ, ମୂଷା ମଲ୍ଲିକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories