କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା ; ଜାତୀୟ ରାଜପଥକୁ ଅଚଳ କଲା ଅତାବିରା କୋଶଳସେନା
ଆଜିର ଏହି ବନ୍ଦ ଡାକରାରେ” ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ସହ କୋଶଳ ବାସୀଙ୍କ ସ୍ୱାଭିମାନ ଆମର ଦାବି” ବୋଲି ନାରା ଦିଆଯାଇଥିଲା । ଏହା କେବଳ କୋଶଳ ସେନାଙ୍କ ଲଢେ଼ଇ ନୁହେଁ ,ଏହି ସଂଗ୍ରାମ ଦୁଇ କୋଟି ରୁ ଉର୍ଦ୍ଧ୍ବ କୋଶଳ ବାସୀଙ୍କ ଲଢେ଼ଇ ଅଟେ । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ନ ହେବ। ଯାଏ ଏହି ଆନ୍ଦୋଳନ ଏହିପରି ଚାଲୁଥିବ ବୋଲି କୃଷକ ସଂଗଠନର ଶ୍ରୀ ଭୋଇ କହିଥିଲେ । ତେଣୁ ସମସ୍ତ କୋଶଳ ବାସୀ ଏହାକୁ ପୂର୍ଣ୍ଣ ସମର୍ଥନ କରି କୋଶଳର ବିକାଶ ଓ ସ୍ୱାଭିମାନ ପାଇଁ ଏକତାବଦ୍ଧ ଭାବରେ ସଂଗ୍ରାମ କରିବାର ମୁହୁର୍ତ୍ତ ଆସିଛି ବୋଲି ଆହ୍ବାନ ଦିଆଯାଇଥିଲା । ଅତାବିରାରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ଆଦି , ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦକୁ କୃଷକ ସଂଗଠନର ବରିଷ୍ଠ ସଭ୍ୟ ବସନ୍ତ ବାରିକ୍,ହୃଷୀକେଶ ପ୍ରଧାନ,ପଲଉ ମାଝୀ ,ବୀରେନ,ସତ୍ୟ ମିଶ୍ର ପ୍ରମୁଖଙ୍କ ସହ ଓକିଲ ସଂଘ,ବଣିକ ସଂଘ,ବରିଷ୍ଠ ନାଗରିକ ସଂଘ ,ଅବସର ପ୍ରାଥମିକ ଶିକ୍ଷକ ସଂଘ,ମାରୱାଡ଼ି ସମ୍ମେଳନ,ମାରୱାଡ଼ି ଯୁବା ମଞ୍ଚ ,ଲାୟଂସ କ୍ଲବ୍ ତଥା ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ ।
Comments are closed.