www.samajalive.in
Monday, December 8, 2025
24.1 C
Bhubaneswar

ଏହି ରାଶିର ବ୍ୟକ୍ତି ହୋଇଥାଆନ୍ତି ବେଶ୍‍ ଖାଦ୍ୟପ୍ରେମୀ

ସାରା ଦୁନିଆରେ ଖାଦ୍ୟକୁ ନେଇ ବିଭିନ୍ନ ସ୍ୱାଦିଷ୍ଟ ଜିନିଷ ରହିଛି। ଅନେକ ଲୋକଙ୍କୁ ଆମିଷ ପସନ୍ଦ ତ ଅନ୍ୟକଙ୍କୁ ନିରାମିଷ। ସେଭଳି କେତେକ ଖୁବ ଖାଦ୍ୟ ପ୍ରେମୀ ମଧ୍ୟ ରହିଛନ୍ତି। ସେମାନଙ୍କୁ ଉଭୟ ଆମିଷ ଓ ନିରାମିଷ ଖୁବ ପସନ୍ଦ। ସ୍ୱାଦିଷ୍ଟ ଭୋଜନ ଖାଇବା ସମୟରେ ଅନେକ ଧ୍ୟାନ ନଦେଇ ଅଧିକ ରୁ ଅଧିକ ଖାଇ ଦେଇଥାଆନ୍ତି। ତେବେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିଶେଷ ଅଧିକ ଖାଇବା ପ୍ରେମୀ।
ମେଷ ରାଶି – ରାଶି ଅନୁଯାୟୀ, ମେଷ ରାଶିର ବ୍ୟକ୍ତି ବିଶେଷ ଖୁବ ଖାଦ୍ୟପ୍ରେମୀ। ଏମାନଙ୍କୁ ବିଶେଷ କରି ଛଣାଛଣି ଖାଦ୍ୟ, ନୂଆ ନୂଆ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ବିଭିନ୍ନ ସ୍ଥାନକୁ ଯାଇ ଖାଦ୍ୟ ଖାଇବାକୁ ପସନ୍ଦ କରିବା ସହ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି।
ଶାସ୍ତ୍ର ଅନୁଯାୟୀ, ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଭ୍ରମଣ କରିବା, ଉତ୍ସବ ପାଳନ କରିବା ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ସର୍ବଦା ଭିନ୍ନ ଭିନ୍ନ ଭୋଜନ ଖାଇଥାଆନ୍ତି। ଗୋଟିଏ ଦିନରେ ଏକାଧିକ ପ୍ରକାର ବ୍ୟଞ୍ଜନ ଖାଇବାକୁ ପସନ୍ଦ କରିଥାଆନ୍ତି।
ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଠା ଖାଇବା ଅତ୍ୟନ୍ତ ପସନ୍ଦ। ମିଠାର ଯେକୌଣସି ଜିନିଷ ଖାଇବାକୁ ଏମାନେ ପସନ୍ଦ କରିଥାଆନ୍ତି। ଏହାସହ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି।
ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ପୋଷକ ତତ୍ତ୍ୱ ଓ ଭିଟାମିନ ଥିବା ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି। ଏହାସହ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଏହାସହ ମକର ରାଶି ବ୍ୟକ୍ତି ବିଶେଷ ପାରମ୍ପରିକ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଫଳ, ପନିପରିବା ତରକାରୀ ମଧ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories