ପାଟଣା: ପ୍ରତି ବର୍ଷ ଭଳି ଆଜି ସ୍ଵାମ ବୀରଜୟ ଗୋବିନ୍ଦପୁର ଶାସନରେ ହରିହାଟ ପାଳିତ ହେଉଛି। ଏହା ସହିତ ଗ୍ରାମର ଅଧିଷ୍ଠିତ ଦେବତା ସୋମେଶ୍ୱର ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ ସହ ବିଷ୍ଣୁ ସହସ୍ର ନାମ, ଦୁର୍ଗା ଚାଳିଶା ପାଠ ସହ ଅନ୍ୟ ଦେବା ଦେବୀ ତଥା ଅଷ୍ଟାଦଶ ଭାଗବତ ପୁରାଣ ପାଠ କରାଯାଇଛି। ଏଥିରେ ପୂଜକ ଅଲେଖ ତ୍ରିପାଠୀ, ଦୈତାରି ଶତପଥୀ ସହ କୋଡ଼ିଏ ଜଣ ନୈଷ୍ଠିକ ବ୍ରାହ୍ମଣ ଭାଗବତ ପୁରାଣ ପାଠ କରିବାରେ ସାହାଯ୍ୟ କରୁଛନ୍ତି। ହରି ହାଟ ପାଇଁ ସ୍ଵାମ ଶାସନ ଗ୍ରାମରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଛି।
Popular Categories



