ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଫୁଲଚାଙ୍ଗେରରେ ପ୍ରତିଷ୍ଠିତ ଆର୍ୟନ ଇସ୍ପାତ କାରଖାନାକୁ ଲିଜରେ ନେଇଥିବା ଗଣେଶ ମେଟାଲିକସ୍ କମ୍ପାନୀ ଉପରେ ଆୟକର ବିଭଗର ଅଧିକାରୀମାନେ ଚଢ଼ାଉ କରିଥିବା ଖବର ମିଳିଛି। ଆଜି ସକାଳେ ଆୟକର ବିଭାଗର ଅଧିକାରୀମାନେ ଆର୍ୟନ ଇସ୍ପାତ କାରଖାନାକୁ ପଶି ଗଣେଶ ମେଟାଲିକ୍ସର କାଗଜାତ ଯାଞ୍ଚ କରୁଥିବାର ପ୍ରକାଶ। ସୂଚିତ ଯେ ସଂପ୍ରତି ଆର୍ୟନ ଇସ୍ପାତ କାରଖାନାର ପରିଚାଳନା ରାଉରକେଲାର ଗଣେଶ ମେଟାଲିକ୍ସ ଏବଂ ଆଧୁନିକ୍ ମେଟାଲିକ୍ସକୁ ଲିଜରେ ଦିଆଯାଇଛି। ଗଣେଶ ମେଟାଲିକ୍ସର ଆର୍ଥିକ ଅନିୟମିତତା ସଂକ୍ରାନ୍ତରେ ତଦନ୍ତ ପାଇଁ ଆୟକର ବିଭାଗ ପକ୍ଷରୁ କମ୍ପାନୀର ରାଉରକେଲା ସମେତ ୪ ଟି ସ୍ଥାନରେ ଥିବା ସଂସ୍ଥା ଉପରେ ଏକକାଳୀନ ଚଢ଼ାଉ ଚାଲିଥିବାର କୁହାଯାଉଛି।
Popular Categories



