www.samajalive.in
Saturday, December 13, 2025
26.1 C
Bhubaneswar

ହେଲ୍ପ ଟ୍ରଷ୍ଟ ପକ୍ଷରୁ ପ୍ରୋଢଶିକ୍ଷା କାର୍ଯ୍ୟକ୍ରମ

ରେଙ୍ଗାଲି: ଗୁରୁଦୁବସ ଅବସରରେ ହେଲ୍ପ ଟ୍ରଷ୍ଟ୍‍ ପକ୍ଷରୁ ରେଙ୍ଗାଲି ଅଞ୍ଚଳରେ ପୌଢ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ରେଙ୍ଗାଲି ପୁରୁନଣାବସ୍ତି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହେଲ୍ପ ଟ୍ରଷ୍ଟର ନିର୍ଦ୍ଦେଶକ ଅଶୋକ ମଲ୍ଲିକ ଯୋଗ ଦେଇ ପ୍ରୋଢ ଶିକ୍ଷା ଅଭିଯାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା ଯୋଗ ଦେଇଥିଲେ।

ରେଙ୍ଗାଲି ବ୍ଲକ ଅଞ୍ଚଳର ୧୫ଟି ଗ୍ରାମରେ ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମହିଳାଙ୍କଙ୍କ ଶିକ୍ଷାଦାନ ପାଇଁ ଶିକ୍ଷା କେନ୍ଦ୍ର ଖୋଲାଯାଇ ଶିକ୍ଷାଦାନ କାର୍ଯ୍ୟ ଶୁଭାରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସଂପୃକ୍ତ ଶିକ୍ଷା କେନ୍ଦ୍ରରେ ନିଯୁକ୍ତ ଶିକ୍ଷୟିତ୍ରୀମାନଙ୍କୁ ଅବଶ୍ୟକ ଅଫିସ ରେଜିଷ୍ଟର ଏବଂ ପାଠ୍ୟ ପୁସ୍ତକ ସାମଗ୍ରୀ ପ୍ରଦାନ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories