www.samajalive.in
Sunday, December 14, 2025
19.1 C
Bhubaneswar

ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପରେ ଗତ ଏକ ସପ୍ତାହ ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ପାଇଲା ପରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ସୋମବାର ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସାମ୍ପ୍ରତିକ ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର ଈଶ୍ୱର ଚନ୍ଦ୍ର ଦାଶ, ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡକ୍ଟର ନିତିଶ ଝା, ବିପିଏମ୍ ଦୀପକ ମାଝୀ, ଫାର୍ମାସିଷ୍ଟ ସୁଧାଂଶୁ ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜେ.ଜ୍ୟୋସ୍ନାରାଣୀ ପାତ୍ର ସ୍ଥାନୀୟ ସିଡିପିଓ ମିନତୀବାଳା ପଟ୍ଟନାୟକ, ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ମନ୍ମଥ ମୁର୍ମୁ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡ଼ିଓ ଭରତ କୁମାର ମେହେର ଏବଂ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନେଇ ନିର୍ଦ୍ଦେଶ ଦେଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହିତ ସମସ୍ତ ରୋଗୀଙ୍କୁ ସଚେତନତା କରିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଙ୍ଗନବାଡି, ଆଶାକର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଏନେଇ ତତ୍ପରତା ସହ ତଥ୍ୟ ଦେବା ସହିତ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାପରେ ବିଶେଷ ପ୍ରଭାବିତ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନ ସେମେଲପଦରର କେନ୍ଦୁପଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟ ଝରଣାର ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ଜାଣିଲା ପରେ ଯଥାଶୀଘ୍ର ସମ୍ଭବ ପାନୀୟଜଳର ସମାଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତଙ୍କୁ ମଶାରୀ ବ୍ୟବହାର କରିବା ପାଇଁ ମଧ୍ୟ କହିଛନ୍ତି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ଅମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories