www.samajalive.in
Monday, December 15, 2025
24.1 C
Bhubaneswar

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁ ସର୍ବଦା ବନ୍ଦନୀୟ

ଗୁରୁଡିଝାଟିଆ :  ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ବିଶ୍ୱର ବହୁ ବିଦ୍ୱାନ ଓ ଚିନ୍ତକ ଆକର୍ଷିତ ହୋଇଛନ୍ତି । ଆମ ସମାଜ ବ୍ୟବସ୍ଥାରେ ଗୁରୁ ସର୍ବଦା ବନ୍ଦନୀୟ ଓ ସେମାନଙ୍କ ସ୍ଥାନ ସର୍ବାଗ୍ରେ ବୋଲି ଇତିହାସର ପୃଷ୍ଠାକୁ ଉନ୍ମୋଚନ କଲେ ବାରି ହୋଇପଡେ । ଯାହାର ଉଦାହରଣ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ବୋଲି ଗୋପବନ୍ଧୁ ସେବୀକା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁଦିବସ ତଥା ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଉତ୍ସବରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆଠଗଡ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିତାମାତା ଆମର ଗୁରୁ । ସେମାନଙ୍କ ପାଦସ୍ପର୍ଶ କଲେ ଓ ଚରଣ ଧୋଇଲେ ଅପାର ପୂଣ୍ୟତା ମିଳିଥାଏ । ଜୀବନ କ୍ଷଣ ଭଙ୍ଗୁର ତେବେ ସୀମିତ ସମୟ ଭିତରେ ଗୁରୁଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି କାର୍ଯ୍ୟ କଲେ ଜୀବନରେ ସଫଳତା ମିଳିବା ସହ ସମାଜ ଓ ଦେଶ ପାଇଁ ଆଲୋକ ବର୍ତ୍ତିକା ହୋଇପାରିବେ। ଭାଗବତରେ ମଧ୍ୟ ସନ୍ତାନର ବର୍ଗୀକରଣ କରାଯାଇଛି । ଯେଉଁଥିରେ କି ଉତ୍ତମ ସନ୍ତାନ ସର୍ବଦା ଦେଶ ଓ ଦଶର କୀର୍ତ୍ତି ସ୍ଥାପନ କରିଥାଏ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ କହିଥିଲେ।

ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭଲ ଓ ବଡ ମଣିଷ ହେବାକୁ ହେଲେ ଗୁରୁ ଆଶୀର୍ବାଦ ଏକାନ୍ତ ଆବଶ୍ୟକ । ସହନଶୀଳତା, କଠୋର ଅଧ୍ୟବସାୟ ଓ ଶ୍ରଦ୍ଧପୂର୍ଣ୍ଣ ଭାବରେ କାର୍ଯ୍ୟକରି ଗୁରୁଙ୍କ ଶରଣାପନ୍ନ ହେଲେ ଜୀବନ ମହକି ଉଠିଥାଏ ବୋଲି କହିଥିଲେ। କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ବିକାଶ ଚନ୍ଦ୍ର ଖଟୁଆ, ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟାପିକା ତୃପ୍ତି ଦାସ, ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ପତ୍ରୀ, ଅଧ୍ୟାପକ ଦିପ୍ତିରଞ୍ଜନ ବାରିକ, ଅଧ୍ୟାପିକା କୁନ୍ତଳା ବେଉରାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁ ଭଲମନ୍ଦର ବିଚାର କରି ସର୍ବଦା ବିଦ୍ୟାର୍ଥୀଙ୍କୁ ସୁମାର୍ଗରେ ଗତି କରିବା ନିମନ୍ତେ ପଠାଇଥାଏ। ଗୁରୁଙ୍କ ଆଶିଷ ବିଦ୍ୟାର୍ଥୀର ଜୀବନଚିତ୍ରକୁ ସଂପୂର୍ଣ୍ଣ ବଦଳାଇଦେଇଥାଏ ବୋଲି କହିବା ସହ ଭଗବାନ କୃଷ୍ଣ, ଗୁରୁ ସନ୍ଦିପନୀ, ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସ, ଏକଲବ୍ୟଙଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଜୀବନୀଚିତ୍ର ସଂପର୍କରେ ଆଲୋକପାତ କରିବାସହ ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇଥିଲେ। ଗତ ୩୦ ତାରିଖ ଦିନ ଗୁରୁଦିବସ ପାଇଁ ୫ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀତାରେ ସୁଧା ସଞ୍ଜିବନୀ, ଶୁଭଶ୍ରୀ ନାୟକ ଓ ରୀତାରାଣୀ ନାୟକଙ୍କୁ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟସ୍ଥାନ ପାଇଁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ୩୭ଜଣ ପ୍ରତୀଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସମାଜ ବ୍ୟବସ୍ଥାରେ ଗୁରୁ ପରମ୍ପରା ଉପରେ ସମାଜଧର୍ମୀ କ୍ଷୁଦ୍ର ନାଟକ ନର୍ସିଂ କଲେଜ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ସୁଚିସ୍ମୀତା ନାୟକ, ସାହିସ୍ମୀତା ଓ ଶୁଭସ୍ମୀତା ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିକ୍ରମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ଆଗନ୍ତୁକ ସମସ୍ତ ଅତିଥି ଓ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ନିରଞ୍ଜନ ରଥଙ୍କୁ ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୁରୁବନ୍ଦନା ଗାନ ପୂର୍ବକ ବନ୍ଦାପନା କରାଯାଇଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories