www.samajalive.in
Thursday, December 11, 2025
13.1 C
Bhubaneswar

କରନ୍‌ଙ୍କ ଯୋଜନା

ମୁମ୍ବଇ : ‘କଫି ଉଇଥ୍‌ କରନ୍‌’ ପାଇଁ ନିର୍ଦେଶକ କରନ୍‌ ଜୋହର୍‌ ଯେତିକି ବ୍ୟଗ୍ର ଅଛନ୍ତି, ତା’ଠୁ ଅଧିକ ବ୍ୟଗ୍ର ଅକ୍ଟୋବର ୧୬ ତାରିଖ ନିମନ୍ତେ ଥିବାର ପ୍ରକାଶ। ୨୦ ବର୍ଷ ତଳେ ଏଇ ତାରିଖରେ ତାଙ୍କ ନିର୍ଦେଶିତ ‘କୁଛ୍ କୁଛ୍ ହୋତା ହୈ’ ମୁକ୍ତିଲାଭ କରିଥିଲା। ବଲିଉଡର ଏଇ ବଡ଼ ବ୍ଲକ୍‌‌ବଷ୍ଟର ଚଳଚ୍ଚିତ୍ରରେ ଶାହରୁଖ୍ ଖାନ୍, କାଜଲ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଚଳଚ୍ଚିତ୍ରର ସମସ୍ତ ଗୀତ ସୁପରହିଟ୍ ହେବା ସହ କାହାଣୀକୁ ମଧ୍ୟ ଖୁବ୍ ପସନ୍ଦ କରାଯାଇଥିଲା। ଏଣୁ ୨୦ ବର୍ଷ ପୂର୍ତ୍ତି ଅବସରରେ କରନ୍ ମୁମ୍ବଇରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ସମସ୍ତ କଳାକାର ଏଥିରେ ଯୋଗ ଦେବା ସହ କରନ୍ ଏକ ଘୋଷଣା କରିବେ ବୋଲି ୟୁନିଟ୍ ତରଫରୁ କୁହାଯାଇଛି। ପୂର୍ବରୁ କରନ୍ ଏହାର ଦ୍ବିତୀୟ ଭାଗ ନେଇ କିଞ୍ଚିତ୍ ତଥ୍ୟ ଦେଇଥିବାବେଳେ ଏଇ ସଂକ୍ରାନ୍ତରେ ପ୍ରଶଂସକଙ୍କୁ ଅବଗତ କରାଇବେ ବୋଲି ଆଶା କରାଯାଉଛି। ଦ୍ବିତୀୟ ଭାଗରେ ରଣବୀର କପୁର, ଆଲିୟା ଭଟ୍ଟ ଓ ଜାହ୍ନବୀ କପୁର ଅଭିନୟ କରିପାରନ୍ତି, ତେବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories