www.samajalive.in
Sunday, December 7, 2025
23.1 C
Bhubaneswar

କାନାଡାରେ ନୂଆଁଖାଇ ପାଳିତ

ସମ୍ବଲପୁର: କାନାଡାର ଟୋରୋଣ୍ଟୋ ସହରରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଟୋରୋଣ୍ଟୋରେ ରହୁଥିବା ଓଡିଆ ପରିବାର ମାନେ ପ୍ରତି ବର୍ଷ ନୂଆଁଖାଇ ପର୍ବ ଖୁବ ଧୁମାଧାମରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ, ନବାନ୍ନ ଭୋଗ ଲାଗି ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସାମୂହିକ ରୂପେ ନବାନ୍ନ ଭକ୍ଷଣ କରିଥିଲେ । ପଶ୍ଚିମ ଓଡିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ଲଡୁ, ଆରିଶା, ପିଠା, ମଣ୍ଡା ଆଦି ବିଭିନ୍ନ ବ୍ୟଞ୍ଜନର ଆସର ଏହି ଅବସରରେ ଜମିଥିଲା । ସମସ୍ତେ ଏହାର ଆନନ୍ଦ ନେଇଥିଲେ ।

ନବାନ୍ନ ଭକ୍ଷଣ ପରେ ପଶ୍ଚିମ ଓଡିଶାର ପରମ୍ପରା ଅନୁଯାୟୀ ବଡ ମାନଙ୍କୁ ଛୋଟ ମାନେ ମୁଣ୍ଡିଆ ମାରିବା ସହିତ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ପ୍ରବାସୀ ଓଡିଆ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ସୁଦୂରରେ ରହୁଥିବା ପ୍ରବାସୀ ଓଡିଆ ମାନେ ଟୋରୋଣ୍ଟୋ ସହରରେ ୨୦୧୬ ମସିହାରୁ ନୂଆଁଖାଇ ପର୍ବ ପ୍ରଥମ କରି ଆରମ୍ଭ କରିଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ କୌଣସି ଏକ ପ୍ରବାସୀ ଓଡିଆଙ୍କ ଘରେ ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ଟୋରୋଣ୍ଟୋ ସହରର ପ୍ରସିଦ୍ଧ ଥ୍ରୋନଚକ୍ଲିଫ ପାର୍କ ଠାରେ ଆୟୋଜିତ ହୋଇଥିଲା ।

- Advertisement -

ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସୁମିତ ପାଣିଗ୍ରାହୀ, ପରମ ସାହୁ, ଅମିତ ପୁରୋହିତ, ସୁଶାନ୍ତ ପାଣ୍ଡେ, ଶୁଭେନ୍ଦୁ ହୋତା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । କରୋନାର ୨ ବର୍ଷ ଅନ୍ତରାଳ ପରେ ଆୟୋଜିତ ଏହି ଭେଟଘାଟ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍ୱତନ୍ତ୍ର ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories