ଜଗରନଟ୍‌ସ ଜିତିଲା ଅଲ୍‌ଟିମେଟ ଖୋଖୋ ଟ୍ରଫି

ଓଡ଼ିଶା ଖୋ ଖୋରେ ନୂଆ ଯୁଗ

ମିଳିଲା ୧ କୋଟି ଟଙ୍କା ପୁରସ୍କାର, ଜଗରନଟ୍‌ସରୁ ଖେଳିଥିଲେ ୬ ଓଡ଼ିଆ

prayash

କଟକ : ଓଡ଼ିଶା ଜଗରନଟ୍‌ସ ଇତିହାସ ରଚିଛି। ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍‌ସ ଅଲଟିମେଟ୍‌ ଖୋଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଛି। ପୁଣେର ଶ୍ରୀ ଛତ୍ରପତି ଶିବାଜୀ ବହୁମୁଖୀ କ୍ରୀଡ଼ାଙ୍ଗନରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ଜଗରନଟ୍‌ସ ସଂଘର୍ଷପୂର୍ଣ୍ଣ ୧ ପଏଣ୍ଟ ୪୬-୪୫ରେ ତେଲୁଗୁ ଯୋଦ୍ଧାଜକୁ ପରାସ୍ତ କରି ପ୍ରଥମ ସଂସ୍କରଣ ଟ୍ରଫି ନିଜ ନାମରେ ନାମିତ କରିଛି। ଶେଷ ମିନିଟ୍‌ରେ ଓଡ଼ିଶା ଜଗରନଟ୍‌ସ ୩ ପଏଣ୍ଟ ହାସଲ କରି ବା ସହିତ ତେଲୁଗୁ ଯୋଦ୍ଧାଜ ନିକଟରୁ ବିଜୟ ଛଡାଇ ଆଣିଥିଲା।
ଓଡ଼ିଶା ଜଗରନଟ୍‌ସ ପ୍ରଥମେ ଡିଫେନ୍‌ସ କରିଥିବାବେଳେ ତେଲୁଗୁ ଯୋଦ୍ଧାଜ୍‌ ଆଟାକିଂ କରିଥିଲା। ପ୍ରଥମ ଇନିଂସ ପ୍ରଥମ ଟର୍ନ ଶେଷ ସୁଦ୍ଧା ତେଲୁଗୁ ଯୋଦ୍ଧାଜ ଦୁଇ ପଏଣ୍ଟ ଅଗ୍ରଣୀ ହାସଲ କରିଥିଲା। ତେଲୁଗୁ ଯୋଦ୍ଧାଜ ୧୦ ଓ ଓଡ଼ିଶା ଜଗରନଟ୍‌ସ ୮ ପଏଣ୍ଟ ପାଇଥିଲା। ଦ୍ବିତୀୟ ଟର୍ନରେ ଓଡ଼ିଶା ଜଗରନଟ୍‌ସ ଆଟାକିଂ କରିବା ସହ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ ଟର୍ନରେ ଓଡ଼ିଶା ଜଗରନଟ୍‌ସ ୧୫ପଏଣ୍ଟ ଓ ତେଲୁଗୁ ଯୋଦ୍ଧାଜ ୮ ପଏଣ୍ଟ ପାଇଥିଲା। ଦ୍ବିତୀୟ ଟର୍ନ ଶେଷ ସୁଦ୍ଧା ଓଡ଼ିଶା ଜଗରନଟ୍‌ସ ୩ ପଏଣ୍ଟ ୨୩-୨୦​‌େ​‌ର ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସ ପ୍ରଥମ ଟର୍ନରେ ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେଲୁଗୁ ଯୋଦ୍ଧାଜ୍‌ ମ୍ୟାଚକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲା। ୩ୟ ଟର୍ନରେ ତେଲୁଗୁ ଯୋଦ୍ଧାଜ ୨୧ ଓ ଓଡ଼ିଶା ଜଗରନଟ୍‌ସ ୭ ପଏଣ୍ଟ ପାଇଥିଲା। ୩ୟ ଟର୍ନ ଶେଷ ସୁଦ୍ଧା ତେଲୁଗୁ ଯୋଦ୍ଧାଜ ୧୪ ପଏଣ୍ଟ ୪୧-୨୭ରେ ଆଗୁଆ ରହିଥିଲା। ଅନ୍ତିମ ଟର୍ନରେ ଓଡ଼ିଶା ଜଗରନଟ୍‌ସ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା। ଉଭୟଙ୍କ ମଧ୍ୟ​‌େ​‌ର ଛକାପଞ୍ଚା ଲାଗି ରହିଥିଲା। ଓଡ଼ିଶା ଜଗରନଟ୍‌ସ ଏକ ସମୟରେ ୫ ପଏଣ୍ଟ ପଛରେ ରହିଥିଲା। ଖେଳର ଶେଷ ଦୁଇ ମିନିଟ୍‌ରେ ଓଡ଼ିଶା ଜଗରନଟ୍‌ସ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲା। ଏକ ସମୟରେ ଓଡ଼ିଶା ଜଗରନଟ୍‌ସ ୪୩-୪୫ ରେ ପଛୁଆ ରହିଥିଲା। ଶେଷ ମିନିଟ୍‌ରେ ଓଡ଼ିଶା ଜଗରନଟ୍‌ସ ପକ୍ଷରୁ ସୂରଜ ଲାଣ୍ଡେ ୩ ପଏଣ୍ଟ ହାସଲ କରି ମ୍ୟାଚକୁ ୪୬-୪୫ରେ ଜିତିବାରେ ସଫଳ ହୋଇଥିଲା।
ଅଧିନାୟକ ମିଲନ୍ଦ ଦିଲ୍ଳୀପ ଚାଭରେକର ଓ ଦୀପେଶ ବିଜୟ ମୋରେଙ୍କ ନେତୃତ୍ବାଧିନ ଓଡ଼ିଶା ଜଗରନଟ୍‌ସ ଲିଗ୍‌ ପର୍ଯ୍ୟାୟରେ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୨୧ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ସହ କ୍ବାଲିଫାୟରରେ ପହଞ୍ଚିଥିଲା। ଦଳ ଲିଗ୍‌ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଚେନ୍ନଇ କ୍ବିକ୍‌ଗନ୍‌ସକୁ ୮ ପଏଣ୍ଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଗ୍ଳାଣ୍ଟ୍‌ସ ନିକଟରୁ ୫ ପଏଣ୍ଟରେ ପରାଜିତ ହୋଇଥିଲା। ୩ୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୧୯ ପଏଣ୍ଟ, ୪ର୍ଥ ମ୍ୟାଚରେ ଗୁଜୁରାଟ ଗ୍ଳାଣ୍ଟ୍‌ସକୁ ୩ ପଏଣ୍ଟ, ୫ମ ମ୍ୟାଚରେ ଚେନ୍ନଇ କ୍ବିକ୍‌ଗନ୍‌ସକୁ ୧୦ ପଏଣ୍ଟ, ୬ଷ୍ଠ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୬ପଏଣ୍ଟରେ, ୭ମ ମ୍ୟାଚରେ ମୁମ୍ବଇ ଖିଲାଡିକୁ ୨୩ ପଏଣ୍ଟରେ, ୮ମ ମ୍ୟାଚରେ ତେଲୁଗୁ ଯୋଦ୍ଧାଜ୍‌କୁ ୯ ପଏଣ୍ଟରେ ପରାସ୍ତ କରିଥିଲା। ୯ମ ମ୍ୟାଚରେ ମୁମ୍ବଇ ଖିଲାଡି ନିକଟରୁ ୪୮ ଓ ୧୦ମ ମ୍ୟାଚରେ ତେଲୁଗୁ ଯୋଦ୍ଧାଜ୍‌ ନିକଟରୁ ୨୯ ପଏଣ୍ଟରେ ପରାଜିତ ହୋଇଥିଲା। ପ୍ରଥମ କ୍ବାଲିଫାୟାରରେ ଦଳ ୧୪ ପଏଣ୍ଟରେ ଗୁଜୁରାଟ ଗ୍ଳାଣ୍ଟସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଅଶ୍ବିନ କୁମ​‌ାର ଶର୍ମା ଓଡ଼ିଶା ଜଗରନଟ୍‌ସ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ବିଜେତା ଓଡ଼ିଶା ଜଗରନଟ୍‌ସକୁ ବିଜେତା ଟ୍ରଫି ସହ ୧ କୋଟି, ଉପ ବିଜେତା ତେଲୁଗୁ ଯୋଦ୍ଧାଜ୍‌କୁ ୫୦ ଲକ୍ଷ, ୩ୟ ସ୍ଥାନ ଗୁଜୁରାଟ ଜିଆଣ୍ଟସକୁ ୩୦ ଲକ୍ଷ ଓ ୪ର୍ଥ ସ୍ଥାନ ହାସଲ କରିଥିବା ଚେନ୍ନଇ କ୍ବିକ୍‌ଗନ୍‌ସକୁ ୨୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶା ଜଗରନଟ୍‌ସ ଦଳରେ ମୋଟ ୬ଜଣ ଓଡ଼ିଆ ଖେଳାଳି ଜଗନ୍ନାଥ ମୁର୍ମୁ, ସି​‌େଦ୍ଧଶ୍ବର ଟୁଡୁ, ସୁଖନାଥ ସିଂହ, ସ୍ବୟଂ ସତ୍ୟପ୍ରକାଶ ପରିଜା, ଲିପୁନ ମୁଖୀ ଓ ଅର୍ଜୁନ ସିଂହ ରହିଛନ୍ତି।

kalyan agarbati

Comments are closed.