ରାଜ୍ୟରେ କମୁଛି ସଂକ୍ରମଣ;  ବଢ଼ୁଛି ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୯୨ଜଣ ରହିଛନ୍ତି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୧ଜଣ ପଜିଟିଭ୍‌ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୭୪୦ ରହିଛି । ଗୋଟିଏ ଦିନରେ କରୋନାରୁ ୨୧୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟର ୫ ଜିଲ୍ଲାରେ କୌଣସି କରୋନା ପଜିଟିଭ୍‌ ମାମଲା ଆସିନାହିଁ ।

prayash

ଅର୍ଥାତ୍‌ ରାଜ୍ୟର ୨୫ ଜିଲ୍ଲା ଓ ଷ୍ଟେଟପୁଲରୁ ୨୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ୨, ବରଗଡ଼ରୁ ୩, ଭଦ୍ରକରୁ ୨, ବଲାଙ୍ଗୀରରୁ ୩, କଟକରୁ ୩୧, ଢେଙ୍କାନାଳରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୪୮, କୋରାପୁଟରୁ ୫, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୮, ନୂଆପଡ଼ାରୁ ୮, ପୁରୀରୁ ୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୪୯ ଓ ଷ୍ଟେଟପୁଲରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

kalyan agarbati

Comments are closed.