ବିଷାକ୍ତ ଖାଦ୍ୟ ନେଲା ଗୋଟିଏ ପରିବାରର ୩ ଜୀବନ

ବଡ଼ମ୍ବା: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଗୁରୁତର ବାପାଙ୍କୁ ମଧ୍ୟ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।  ବିଷାକ୍ତ ଖାଦ୍ୟଖାଇ ଗତକାଲି ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମା’ଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଗତ ୧ ତାରିଖ ଗୁରୁବାର ଏହି ଘଟଣା ଘଟିଥିବା ବେଳେ ପୁଲିସ ପ୍ରଶାସନ ପାଖରେ ଏନେଇ ଖବର ନଥିବା ସମସ୍ତଙ୍କୁ ଚକିତ କରିଥିଲା ।

prayash

ସ୍ଥାନୀୟ ଲୋକଙ୍କଠୁ ମିଳିଥିବା ସୂଚନା ଅନୁସାରେ ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ରଙ୍କ ସପରିବାର ଗୁରୁବାର ସଂଧ୍ୟାରେ ଘରେ ପ୍ରସ୍ତୁତ ଖାଦ୍ୟ ସହିତ ଚାଟ୍ ଖାଇଥିଲେ । ତେବେ ବିଳମ୍ବିତ ରାତିରେ ପରିବାରର ସମସ୍ତଙ୍କର ଅଚାନକ ଝାଡ଼ାବାନ୍ତି ହୋଇଥିଲା । ଅବସ୍ଥା ଅଣାୟତ୍ତ ହେବାରୁ ସପରିବାର ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳକୁ ନିକଟସ୍ଥ ମାଣିଆବନ୍ଧ ଚିକିତ୍ସାଳୟକୁ ଆସିଥିଲେ । ଆଶୁ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଏବଂ ଦେହରେ ମାତ୍ରାଧିକ ବିଷ ସଂକ୍ରମିତ ହୋଇ ଯାଇଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି କଟକ ପଠାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଗୋବିନ୍ଦ ପାତ୍ରଙ୍କ ପୁଅ (୧୨) ଏବଂ ଝିଅ (୮) ଙ୍କର ମୃତ୍ୟୁ ଘଟିଥିଲା । ଏକ ଶୋକାକୁଳ ପରିବେଶରେ ଭାଇ-ଭଉଣୀଙ୍କର ଶେଷକୃତ୍ୟ ହୋଇଥିଲା । ହେଲେ ଏହି ସମ୍ପର୍କରେ ପୁଲିସ ପାଖରେ କୌଣସି ସୂଚନା ନଥିଲା ।

kalyan agarbati

Comments are closed.