ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ସୁଆଣ୍ଡୋ :  ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଶୁକ୍ରବାର ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବା ସହିତ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ବସନ୍ତ କୁମାର ପ୍ରଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ସାକ୍ଷୀଗୋପାଳ ମନ୍ଦିର ମଞ୍ଚ ଉଦଘାଟନ କରିଥିଲେ। ପ୍ରଥମେ  ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା, ବକ୍ତୁତା, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ସେହିପରି ସଂକୀର୍ତ୍ତନ, ଓଡିଶୀ ନୃତ୍ୟ, ସମ୍ବଲପୁରୀ, ନୃତ୍ୟ ଅଗ୍ନିନୃତ୍ୟ ମ୍ୟାଜିକ ସୋ’ ସହିତ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

prayash

ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ, ଶନିବାର ସନ୍ଧ୍ୟାରେ ଉପଦେଷ୍ଟା ସୁକାନ୍ତ କିଶୋର ସାମନ୍ତ ରାୟ, ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରା ଓ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ଳବ ମାନଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରିବ ସହିତ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରଷ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଲୋକ ଖୁଣ୍ଠିଆ । ସେହିପରି ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତାକାଲି ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ଯଜ୍ଞରେ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ଷଡଙ୍ଗୀ, କର୍ତ୍ତୀ ଭାବେ ବନ୍ଦନା ମହାପାତ୍ର ରହିଛନ୍ତି । ରାତିରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

kalyan agarbati

Comments are closed.