ଭୁବନେଶ୍ୱର : ମହିଳା ମାନଙ୍କ ପ୍ରତି ହୋଇଥିବା ଅସଦାଚରଣକୁ ନେଇ ଆରମ୍ଭ ହୋଇଥିବା ‘ମି ଠୁ’ ଅଭିଯାନ ବଲିଉଡ ପରେ ବର୍ତ୍ତମାନ ଓଲିଉଡରେ ଝଡ ସୃଷ୍ଟି କରିଛି। ସୋମବାର ଓଲିଉଡ ଅଭିନେତ୍ରୀ ଏଲି ପାଢୀ ଜଣେ ପ୍ରଯୋଜକଙ୍କ ବିରୋଧରେ ନିର୍ଯାତନା କରିଥିବା ଅଭିଯୋଗ କରିଛନ୍ତି। ପ୍ରଯୋଜକ ଜଣକ ହିରୋଇନ କରାଇଦେବାକୁ କହି ପ୍ରେମିକା କରିବାକୁ ଚାହୁଁଥିଲେ ବୋଲି ଏଲି କହିଛନ୍ତି। ଫୋନରେ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିଥିବା ମଧ୍ୟ ସେ କହିଛନ୍ତି। ଏଥିପାଇଁ ଏଲି ଦୁଇଟି ଚଳଚ୍ଚିତ୍ର ଛାଡିଥିବା କହିଛନ୍ତି। ଏଲି ବିଭିନ୍ନ ଓଡିଆ ଚଳଚ୍ଚିତ୍ର, ଉପସ୍ଥାପିକା, ଧାରାବାହିକରେ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।
Popular Categories



