www.samajalive.in
Monday, December 8, 2025
27.1 C
Bhubaneswar

ଖାଇବା ପରେ ଆପଣଙ୍କର ଅଛି କି ଏହି ଅଭ୍ୟାସ ?

ପ୍ରାୟତଃ ଆପଣ ଶୁଣିଥିବେ ରାତ୍ରି ଭୋଜନ ପରେ ଚାଲିବା ଉଚିତ୍ । କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକ ଭୋଜନ ପରେ ଶୋଇ ପଡନ୍ତି ବା ଟିଭି ଦେଖନ୍ତି । ନଚେତ୍ ସୋସିଆଲ ମିଡିଆରେ ସମୟ କାଟନ୍ତି । ଏହି ଅଭ୍ୟାସ ଯୋଗୁ ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ସୁସ୍ଥ ଜୀବନ ପାଇଁ ଭୋଜନ ପରେ ଚାଲିବା ଉଚିତ୍ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଭୋଜନ ପରେ କିଛି ସମୟ ଚାଲିବା ଦ୍ବାରା ଅନେକ ସୁଫଳ ମିଳିଥାଏ ।

ହଜମ ପ୍ରକ୍ରିୟା ସଠିକ୍ ରହେ : ରାତ୍ରି ଭୋଜନ ପରେ ଯଦି ଆପଣ ବ୍ୟସ୍ତବିବ୍ରତ ଓ ଅଧିକ ଖାଇବା ଭଳି ଅନୁଭବ କରୁଛନ୍ତି ତେବେ କିଛି ସମୟ ନିଶ୍ଚୟ ଚାଲନ୍ତୁ । ଏହା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଏହ ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ଓଜନ ନିୟନ୍ତ୍ରଣ: ଯଦି ଆପଣ ଓଜନ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ ଭୋଜନ କରିବା ପରେ କିଛି ସମୟ ଚଲାବୁଲା କରିବା ଉଚିତ୍ । ଏହା ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ ।
ଭଲ ନିଦ: କିଛି ଲୋକଙ୍କୁ ରାତିରେ ଭଲ ନିଦ ହୋଇ ନଥାଏ । ଏହି କାରଣରୁ ସେମାନଙ୍କ ନିକଟରେ ଚିଡିଚିଡା ସ୍ବଭାବ ଦେଖିବାକୁ ମିଳେ । ଖାଦ୍ୟ ଖାଇ ସାରିବା ପରେ ଶୋଇବା ପରିବର୍ତ୍ତେ ଯଦି ଆପଣ କିଛି ସମୟ ଚଳାବୁଲା କରନ୍ତି ତେବେ ରାତିରେ ନିଦ ଭଲ ହେବ ।

- Advertisement -

ରକ୍ତରେ ଶର୍କରା ନିୟନ୍ତ୍ରିତ ରହିଥାଏ : ମଧୁମେହ ରୋଗୀ ଭୋଜନ ପରେ ଅତି କମରେ ୩୦ ମିନିଟ୍ ଚାଲିବା ନିହାତି ଆବଶ୍ୟକ । ଏହା ଦ୍ବାରା ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରିତ ରହିଥାଏ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories