www.samajalive.in
Sunday, December 7, 2025
14.1 C
Bhubaneswar

ଗଞ୍ଜାମ ଜିଲ୍ଲା ତେରସ୍ଥାନ ତାଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜର ବାର୍ଷିକ ଉତ୍ସବ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଓଡ଼ିଆ ଢ଼ାମଣା ସାହିସ୍ଥିତ ରାମ ଲିଙ୍ଗେଶ୍ଵର ଶୈବପୀଠରେ ଗଞ୍ଜାମ ଜିଲ୍ଲା ତେରସ୍ଥାନ ତାଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଭାପତି ଗୋବର୍ଦ୍ଧନ ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ସମାଜ ଗଠନ ଦିଗରେ ପ୍ରତ୍ୟେକ ଲୋକଙ୍କ ଭୂମିକା କିଭଳି ଗୁରୁତ୍ୱପୂର୍ଣ ରହିଛି ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ସେହିପରି ସମ୍ପାଦକ ଅଜୟ କୁମାର ସାମଲ ଶିଶୁ ସୁରକ୍ଷା, କନ୍ୟାଭୃଣ ହତ୍ୟା ବାଲ୍ୟ ବିବାହ ଉଛେଦ ପରି ସାମାଜିକ ବ୍ୟାଧି ଉଛେଦ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହା ସହିତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ରହ୍ମପୁର ମଣ୍ଡଳ ମଧୁବୈଶ୍ୟ କର୍ମକର୍ତ୍ତା ରାଜେନ୍ଦ୍ର ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ଅଜୟ କୁମାର ସାସମଲ ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟାକ୍ଷ ବିଜୟ ସାହୁ,ସଭ୍ୟ ବୈରୀ ରଞ୍ଜନ ସାହୁ, ବିନାୟକ, ସାହୁ, ଜୟକୃଷ୍ଣ ସାହୁ, ସୁଦର୍ଶନ ସାହୁ, ଜୟକୃଷ୍ଣ ସାସମଲ ପ୍ରଦୀପ କୁମାର ସାସମଲ ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । କୁନି କୁନି କଳାକାର ମାନଙ୍କୁ ନେଇ ସଂସୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ଉପସ୍ଥିତ ସମସ୍ତ ପରିବାର ବର୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭଗବାନ ସାହୁ, ଦିଲୀପ ସାହୁ, ବାବୁଲା ସାହୁ,କୃଷ୍ଣ ସାହୁ, କେଦାର ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories