www.samajalive.in
Monday, December 8, 2025
13.1 C
Bhubaneswar

ମା’ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ବେଶ୍‌ ଉତ୍ସବମୁଖର ପୁରପଲ୍ଲୀ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଘଣ୍ଟଘଣ୍ଟା ଧ୍ୱନିରେ ମନ୍ଦିର ଚାରିପାଖ କମ୍ପି ଉଠୁଥିଲା। ଏହାସହ ଘରେ ସଭିଏଁ ପୂଜାର୍ଚ୍ଚନା ପରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରି ନିଜେ ନୂତନ ବସ୍ତ୍ର ପିନ୍ଧି ଅନ୍ନ ଖାଇଛନ୍ତି। ପରସ୍ପରକୁ ଜୁହାର, ଅଭିନନ୍ଦନ ଜଣାଇଛନ୍ତି।

କରୋନାର ୨ ବର୍ଷ ସଙ୍କଟ ମଧ୍ୟରେ କେବଳ ବିଧି ରକ୍ଷାରେ ସୀମିତ ହୋଇ ପାଳିତ ହୋଇଥିବା ନୂଆଖାଇ ଉତ୍ସବ ପାଇଁ ଚଳିତ ବର୍ଷ ସେଭଳି କୌଣସି କଟକଣା ନାହିଁ । ଏଣୁ ଏବେ ଲୋକେ ୨ ବର୍ଷ ବ୍ୟବଧାନ ପରେ ପାଳିତ ହେଉଥିବା ନୂଆଖାଇକୁ ଅତ୍ୟନ୍ତ ହର୍ସୋଲ୍ଲାସରେ ପାଳନ କରୁଛନ୍ତି । ଅପରପକ୍ଷରେ ୨ ବର୍ଷ ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସହରର ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ଆୟୋଜିତ ହେଉଥିବାରୁ ଏଥିପାଇଁ ମଧ୍ୟ ଜନତା ବେଶ୍ ଉତ୍ସାହିତ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ମୁକ୍ତ ମଞ୍ଚ ‘ଚିତ୍ରୋତ୍ପଳା ରଙ୍ଗମଞ୍ଚ’ ନନ୍ଦପଡା ସହିତ ସମଲେଶ୍ୱରୀ ଯୁବକ ସଂଘ, ଓଡ଼ିଶା ସାଂସ୍କୃତିକ ସମାଜ ସମେତ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।  ଏହି ଭେଟଘାଟ କାର୍ଯ୍ୟକ୍ରମରେ ଭବ୍ୟ ଓ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ କଳାକାର ଦଳଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories