www.samajalive.in
Thursday, December 11, 2025
16.1 C
Bhubaneswar

ମହୁ ମାଛି ଆକ୍ରମଣରେ ୫ ଛାତ୍ର ଆହତ

କଲମପୁର –   ବିଘ୍ନ ବିନାଶକ ବିଘ୍ନରାଜ ଗଣେଶଙ୍କ ପୂଜା ଉତ୍ସବ ପାଇଁ ପ୍ରତ୍ୟେକ ବିଦ୍ୟାଳୟ ଉତ୍ସବ ମୁଖର । କିନ୍ତୁ ଏଭଳି ସ୍ଥିତିରେ କଲମପୁର ଦୁର୍ଗାମାଧବ ହାଇସ୍କୁଲ ଠାରେ ୫ ଜଣ ଛାତ୍ର ମହୁ ମାଛି କାମୁଡାର ଶିକାର ହେବା ଭଳି ଅଭାବନୀୟ ଘଟଣା ଘଟିଛି । ହାଇସ୍କୁଲ ପାଚେରୀ କଡରେ ଥିବା ପାଣି ଟାଙ୍କିରେ ବସା କରି ରହିଥିବା ମହୁ ମାଛି କାମୁଡାର ଶିକାର ହେଇଛନ୍ତି ୫ ଜଣ ଛାତ୍ର ।

ଅଜିତ ନାଗ, ସୁରଜ ନାଗ, ଓମ୍‌ ପ୍ରକାଶ ସୁନାନୀ, ଖଗେଶ୍ୱର ମାଝୀ ଓ ଗିରିଧାରୀ ରାଉତ ନାମକ ୫ ଜଣ ଛାତ୍ର ସ୍କୁଲ ପରିସରରେ ଗଣେଶ ପୂଜା ପାଇଁ ଉପସ୍ଥିତ ଥିଲେ । ଏହି ସମୟରେ ସ୍କୁଲ ବାହାରେ ଥିବା ଏକ ପାଣି ଟାଙ୍କିରେ ବସା ବାନ୍ଧିଥିବା ମହୁ ମାଛି ଉଡି ବୁଲୁଥିବା ବେଳେ ଏହି ୫ ଜଣ ଛାତ୍ର ମହୁମାଛି ଆକ୍ରମଣର ଶିକାର ହେଇଥିଲେ । ମହୁ ମାଛି ଆକ୍ରମଣରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories