ଗୋପାଳପୁର: ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବେସିକ ସାଇନ୍ସ ବିଭାଗ ପ୍ରଧ୍ୟାପକ ଭାବେ କାର୍ଯ୍ୟରତ ଡ.ଚିତ୍ତରଞ୍ଜନ ମଲ୍ଲିକଙ୍କୁ ୨୦୨୧ ବର୍ଷ ନିମନ୍ତେ ଓଡିଶାରୁ ଯାନ୍ତ୍ରିକ ମହାବିଦ୍ୟାଳୟର ଶ୍ରେଷ୍ଠ ଶିକ୍ଷକ ଭାବରେ ଗୋଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି।
ଇଣ୍ଡିଆନ ସୋସାଇଟି ଫର ଟେକ୍ନିକାଲ ଏଡୁକେସନ ପକ୍ଷରୁ ପ୍ରତିବର୍ଷ ଭାରତରେ ଥିବା ବିଭିନ୍ନ ଯାନ୍ତ୍ରିକ ମହାବିଦ୍ୟାଳୟରେ ଶିକ୍ଷକତା କରୁଥିବା ପ୍ରଧ୍ୟାପକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଥାଏ। ଗୋଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ଡ.ପ୍ରମୋଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଚିତ୍ତରଞ୍ଜନ ମଲ୍ଲିକଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନବିଏ ଅଧ୍ୟକ୍ଷ ପ୍ରଫେସର କେ.କେ ଅଗ୍ରୱାଲ, ଆଇଏସଟି ସଭାପତି ଡ.ପିକେ ଦେଶାଇ, ସମ୍ପାଦକ ଡ.ଭିଡି ବୈଦ ପ୍ରମୁଖ ଉପସ୍ଥିତ ଥିଲେ। ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କୁ ଶ୍ରୀ ମଲ୍ଲିକ ତାଙ୍କର ସଫଳତାର ଶ୍ରେୟ ଦେଇଥିବା ପ୍ରକାଶ କରିଛନ୍ତି।
ଚିତ୍ତରଞ୍ଜନ ମଲ୍ଲିକଙ୍କୁ ଯାନ୍ତ୍ରିକ ମହାବିଦ୍ୟାଳୟର ଶ୍ରେଷ୍ଠ ଶିକ୍ଷକ ସମ୍ମାନ
Popular Categories



