www.samajalive.in
Sunday, December 14, 2025
26.1 C
Bhubaneswar

ନୂଆଖାଇ ପର୍ବ ପାଇଁ ସେପ୍ଟେମ୍ବର ୨ରେ ସମ୍ବଲପୁର ଓ ବରଗଡ଼ ଛୁଟି

ଭୁବନେଶ୍ବର: ନୂଆଖାଇ ପରଦିନ ଦୁଇଟି ଜିଲା ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା। ଶୁକ୍ରବାର ସମ୍ବଲପୁର ଓ ବରଗଡ଼ ଜିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।
ଆଉ ଦିନକ ପରେ ନୁଆଁଖାଇ ପର୍ବ ଆସୁଛି । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଗୋଟିଏ ଦିନ ଅଧିକ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୧କୁ ନୂଆଖାଇ ଛୁଟି ଘୋଷଣା କରାଯାଇଥିଲା। ଆଜି ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ସେପ୍ଟେମ୍ବର ୨ ତାରିଖ ନୂଆଖାଇ ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲା ପାଇଁ ଲାଗୁ ହେବ ବୋଲି କୁହାଯାଇଛି। ଫଳରେ ସେପ୍ଟେମ୍ବର ୧ ଓ ୨ ଦୁଇଦିନ ନୂଆଖାଇ ପର୍ବ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

ପଶ୍ଚମ ଓଡିଶାରେ ନୁଆଁଖାଇକୁ ଏକ ଗଣପର୍ବ ଭାବେ ପାଳନ କରାଯାଏ। ଏଥିରେ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇପଡିଥାଏ। ଏହାକୁ ନଜରରେ ରଖି ଏହି ଦୁଇଦିନକୁ ଛୁଟି ଘୋଷଣା କରିବାକୁ ଅନେକ ଦିନରୁ ଦାବି ହେଉଥିଲା। ଏନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏସବୁକୁ ପ୍ରାଧାନ୍ୟ ଦେଇ ଆଜି ରାଜ୍ୟ ସରକାର ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories