www.samajalive.in
Monday, December 8, 2025
13.1 C
Bhubaneswar

୯ ସେକେଣ୍ଡରେ ଧ୍ବଂସ ୯ ବର୍ଷର ଅଟ୍ଟାଳିକା; ଟ୍ବିନ୍‌ ଟାୱାର ଧରାଶାୟୀ

ନୋଏଡ଼ା: ନୋଏଡ଼ା ସେକ୍ଟର-୯୩ଏର ସୁଉଚ୍ଚ ସୁପରଟେକ୍‌ ଟ୍ବିନ୍‌ ଟାୱାରକୁ ରବିବାର ଧ୍ବଂସ କରି ଦିଆଯାଇଛି। ଏହାର ନିର୍ମାଣ ପାଇଁ ୯ବର୍ଷ ସମୟ ଲାଗିଥିବା ବେଳେ ମାତ୍ର ୯ ସେକେଣ୍ଡରେ ଦୁଇ ସୁଉଚ୍ଚ ଅଟ୍ଟାଳିକା ଧରାଶାୟୀ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏତେ ବଡ଼ ଅଟ୍ଟାଳିକାକୁ ଧ୍ବଂସ କରାଯାଇଛି। ୩୨ ଓ ୩୦ ମହଲା ବିଶିଷ୍ଟ ଦୁଇ ଟାୱାରକୁ ଧ୍ବଂସ କରିବା ପାଇଁ ୩,୭୦୦ କିଲୋ ବିସ୍ଫୋରକ ବ୍ୟବହୃତ ହୋଇଛି। ୱାଟରଫଲ୍‌ ଇମ୍‌ପ୍ଲୋଜନ କୋଲାପ୍ସ ମେକାନିଜିମ୍‌ ସାହାଯ୍ୟରେ ଏହାକୁ ଭଙ୍ଗାଯାଇଛି। ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ଥିଲା ୯୭ ମିଟର। ଦୁଇ ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୭୦ କୋଟି ଟଙ୍କା ହୋଇଥିବା ବେଳେ ଏହାକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।


ଏହି ସୁଉଚ୍ଚ ଅଟ୍ଟାଳିକା ଭାଙ୍ଗିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାର ସମ୍ଭାବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦିର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆଖପାଖରେ ଥିବା ଘରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

- Advertisement -

ସୂଚନାଯୋଗ୍ୟ, ବେଆଇନ ଭାବେ ନିର୍ମିତ ଟ୍ବିନ୍‌ ଟାୱାରକୁ ଧ୍ବଂସ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories