www.samajalive.in
Sunday, December 14, 2025
19.1 C
Bhubaneswar

ସାହାରପଡ଼ା ଫାଣ୍ଡିକୁ ଥାନା ମାନ୍ୟତା ନମିଳିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ବିଧାୟକ ପ୍ରାର୍ଥୀ

ପାଟଣା: ରାଜ୍ୟରେ ସରକାରଙ୍କର ଗୃହ ବିଭାଗ ନୂତନ ଭାବେ ୩୬ଟି ନୂତନ ଥାନା ଘୋଷଣା କରିଥିବା ବେଳେ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ବ୍ଲକ ମୁଖ୍ୟାଳୟର ସାହାରପଡ଼ା ଫାଣ୍ଡିକୁ ଥାନା ମାନ୍ୟତା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି । ସାହାରପଡ଼ା ଫାଣ୍ଡିଟି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହିଥିବା ବେଳେ ଏହା ରାଞ୍ଚି-ବିଜୟାୱାଡା କରିଡର ଜାତୀୟ ରାଜପଥ ନଂ-୨୨୦ ଉପରେ ରହିଛି । ଝାଡ଼ଖଣ୍ଡି ଅପରାଧୀ ମାନେ ଏହି ଅଞ୍ଚଳ ଦେଇ ଓଡ଼ିଶା ସୀମାକୁ ପ୍ରବେଶ କରିଥାନ୍ତି ।

ପ୍ରାୟତଃ ସମସ୍ତ ବ୍ଲକ ମାନଙ୍କରେ ଥାନା ରହିଥିବା ବେଳେ ଅଦ୍ୟାବଧି ଏହି ବ୍ଲକରେ ଏକ ଥାନା ନାହିଁ । ତେଣୁ ସବୁବେଳେ ସାହାରପଡ଼ା ଠାରେ ଏକ ଥାନା ଏବଂ ମାଛଗଡ଼ ଠାରେ ଏକ ଫାଣ୍ଡି ନିର୍ମାଣ ପାଇଁ ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ସବୁବେଳେ ଦାବି କରି ଆସୁଛନ୍ତି । ଆଜି ଯେତେବେଳେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପୁଣିଥରେ ଏହି ବ୍ଲକକୁ ଅବହେଳା କରିଛନ୍ତି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

- Advertisement -

କିଛିଦିନ ତଳେ ସାହାରପଡ଼ା ଠାରେ ଏସଡିଜେଏମ୍ କୋର୍ଟ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଥିଲେ ସେତେବେଳେ ଇଂ ନାଏକଙ୍କ ସହ ଅଞ୍ଚଳବାସୀ ସାହାରପଡ଼ା ଫାଣ୍ଡିଙ୍କୁ ଥାନାରେ ପରିଣତ ହେବା ନେଇ ଆଶା ବାନ୍ଧିଥିଲେ । କିନ୍ତୁ ଆଜି ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନର ଅସୁୟା ମନୋଭାବ ପାଇଁ ସାହାରପଡ଼ା ଫାଣ୍ଡିକୁ ଥାନା ମାନ୍ୟତା ଆଶା ଆଶାରେ ରହିଗଲା ବୋଲି ମତ ରଖି ଇଂ ଶ୍ରୀ ନାଏକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories