www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ୟା ପାଣିରେ ଭାସୁଛି ପାକିସ୍ତାନ; ଗଲାଣି ୧ହଜାରରୁ ଊର୍ଦ୍ଧ୍ଵ ଜୀବନ

ଇସଲାମବାଦ: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ପାକିସ୍ତାନ । ଯେଉଁଠିକୁ ଚାହିଁଲେ ସେଇଠି ଦିଶୁଛି ପାଣି ଆଉ ପାଣି ।  ବଡ଼ ଧରଣର ବନ୍ୟା ଯୋଗୁ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବନ୍ୟା ଯୋଗୁ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି । ଖାଲି ସେତିକି ନୁ​‌ହେଁ ଏହି ବନ୍ୟା ଯୋଗୁ ୩କୋଟିରୁ ଊର୍ଦ୍ଧ୍ଵ ଲୋକ ବାସହରା ହୋଇଛନ୍ତି । ଏପରି ପରିସ୍ଥିତିରେ ଖାଦ୍ୟ ଓ ପାନୀୟ ଜଳ ଅସୁବିଧାର ସମ୍ମୁଖୀନ ହେଉଛି ପାକିସ୍ତାନବାସୀ ।

ଘଟଣାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଏନଡିଏମଏ ତାର ରିପୋର୍ଟ ଅପସ୍ଥାପନ କରିଛି । ରିପୋର୍ଟ ଅନୁଯାୟୀ ଜୁନ୍‌ ମଧ୍ୟଭାଗରୁ ଅତିକମ୍‌ରେ ୯୩୭ଜଣଙ୍କ ମୃତ୍ୟୁ ଘଟିଛି । ବେଲୁଚିସ୍ତାନରେ ବର୍ତ୍ତମାନ ବନ୍ୟା ତାର ବିଭୀଷିକା ଜାରି ରଖିଛି । ପୂର୍ବରୁ ପାକିସ୍ତାନ​‌ରେ ୨୦୧୦ରେ ବଡ଼ଧରଣର ବନ୍ୟା ହୋଇଥିଲା ।

- Advertisement -

ହେଲେ ଚଳିତ ବର୍ଷର ବନ୍ୟା ୨୦୧୦ ଠାରୁ ବଡ଼ ବନ୍ୟା ବୋଲି ଲୋକମାନେ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଲୋକଙ୍କୁ ସାହାଯ୍ୟ କରାଯାଉଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories