www.samajalive.in
Sunday, December 14, 2025
16.1 C
Bhubaneswar

ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କଲା ଭାରତୀୟ କିସାନ ସଂଘ

ବୌଦ୍ଧ: ବୌଦ୍ଧ ଏକ କୃଷିପ୍ରଧାନ ଜିଲା ହୋଇଥିବା ବେଳେ ୯୦ ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ । ଜିଲାରେ ପ୍ରତିବର୍ଷ ୮୫ ହଜାର ହେକ୍ଟର ଜମିରେ ଧାନ ଫସଲ ହୋଇଥାଏ । କିନ୍ତୁ ସ୍ଥାୟୀ ଜଳସେଚନର ସୁବିଧା ନଥିବାରୁ ଚାଷୀ ପ୍ରତିବର୍ଷ ମରୁଡିର ଶିକାର ହେବା ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଶିକାର ହୋଇଥାନ୍ତି । ସରକାର ଚାଷୀଙ୍କ ଠାରୁ କୃଷି ବୀମା ସହିତ ଇନପୁଟ ସବସିଡି ଯୋଗାଇଦେଇ ଆସୁଥିବା ବେଳେ  କିନ୍ତୁ ଜିଲାର ଚାଷୀମାନଙ୍କୁ ଇନପୁଟ ସବସିଡି ପ୍ରଦାନରେ ଟାଳଟୁଳ ନିତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ୨୦୧୨ ମସିହାରୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ  ପାଇଁ ଆସିଥିବା ଅର୍ଥ ଏପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନଥିବା ବେଳେ ଗତ ୧୭.୦୩.୨୦୨୨ ରେ ବୌଦ୍ଧ ତହସିଲଦାରଙ୍କ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀମାନେ ରାଜସ୍ୱ ନିରୀକ୍ଷକଙ୍କ ପାଖରେ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନ କରିବାକୁ କୁହାଯାଇଥିଲା । ଏନେଇ କିସାନ ସଂଘ ପକ୍ଷରୁ ଘୋର ବିରୋଧ କରାଯାଇ ତହସିଲ ପକ୍ଷରୁ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କର ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିବା ସହ ଗତବର୍ଷର କରକାପାତ ଓ ମରୁଡି ଏବଂ ହୋଇଥିବା କ୍ଷତିର ପରିମାଣ ଗତ ୨୫.୦୧.୨୦୨୨ରେ ରିପୋର୍ଟ ପ୍ରଦାନ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କି ଚାଷୀଙ୍କୁ କ୍ଷତିପୂରଣ ମିଳିପାରିଲାନାହିଁ ।

- Advertisement -

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ପ୍ରିମିୟମ ବାବଦକୁ ୧ ହଜାର ଟଙ୍କା ପୈଠ କରିଥିଲେ ସୁଦ୍ଧା, ୨୦୧୫ ମସିହାଠାରୁ କମ୍ପାନୀ ଟଙ୍କାଟିଏ ମଧ୍ୟ ଚାଷୀଙ୍କୁ ପ୍ରଦାନ କରିନଥିବା ଅଭିଯୋଗ କରିଥିଲେ । ଚଳିତବର୍ଷ ବନ୍ୟାରେ ବହୁଳ ଚାଷୀଙ୍କ ଧାନଫସଲ ନଷ୍ଟ ହୋଇଯାଇଥିବାବେଳେ ତୁରନ୍ତ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା । ଏନେଇ ଶୁକ୍ରବାର ଦିନ ଜିଲା କିସାନ ସଂଘ ପକ୍ଷରୁ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବୌଦ୍ଧ ତହସିଲ ଆଗରେ ବିକ୍ଷୋଭ କରାଯିବା ସହିତ ଏକ ଦାବିପତ୍ର ତହସିଲଦାର ଦେବୀ ପ୍ରସାଦ ଦାଶଙ୍କୁ ପ୍ରଦାନ କରିଥିଲେ । ଏଥିରେ ଚାଷୀନେତା ନବୀନ କୁମାର ପ୍ରଧାନ, ରମାକାନ୍ତ ପ୍ରଧାନ, ନରହରି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଶିକେସନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories