ମୋହନା: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗୀ ଘାଟିରେ ଓଲଟିଲା ଟ୍ରାକ୍ଟର।ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ମୋହନା ଥାନା ଅଧିନ ଜୁଡିପଥର ଗ୍ରାମର ଉଷା ନାୟକ।
ସୂଚନା ପ୍ରକାରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଏକାଧିକ ଆହତ ହୋଇଥିବା ବେଳେ ଜୁଡ଼ିପଥର ଗ୍ରାମର ଉଷା ନାୟକଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି ।ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇ ଥିବା ବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ, ଏକାଧିକ ଆହତ
Popular Categories



