www.samajalive.in
Thursday, December 11, 2025
13.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚ: ଛିଡ଼ାହୋଇ ଦର୍ଶକ ଦେଖିବେ ଖେଳ

ଦୁବାଇ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହାଇପ୍ରୋଫାଇଲ ମ୍ୟାଚ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ଟିକଟ ମାତ୍ର ୫ ମିନିଟ୍‌ରେ ଶେଷ ହୋଇଯାଇଥିଲା। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଏତେ ଉତ୍ସାହ ପରେ ଆଇସିସି ନୂଆ ପଦକ୍ଷେପ ନେଇଛି। ଆଇସିସି ପକ୍ଷରୁ ଷ୍ଟାଡ଼ିୟମରେ ଦର୍ଶକ ଛିଡ଼ା ହୋଇ ମ୍ୟାଚ ଦେଖିବାର ସୁଯୋଗ ଉପଲବ୍ଧ ହୋଇଛି। ଏଥିପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍‌ ଟିକଟ ଶୁଭାରମ୍ଭ କରିଛି। ଆଇସିସି ପକ୍ଷରୁ ୪୦୦୦ ଷ୍ଟାଣ୍ଡିଂ ରୁମ୍‌ ଟିକଟ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଟିକଟ ୩୦ ଅଷ୍ଟ୍ରେଲୀୟ ଡଲାରରେ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛିି ।

ଅନ୍ୟପକ୍ଷରେ ଅନଲାଇନରେ ଟିକଟ ବୁକିଂ କରିଥିବା କ୍ରିକେଟ ପ୍ରେମୀମାନଙ୍କ ଲାଗି ଅକ୍ଟୋବର ୧୬ରୁ ରି-ଟିକଟ ଯୋଗାଇ ଦିଆଯିବ। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories