www.samajalive.in
Monday, December 8, 2025
24.1 C
Bhubaneswar

ସବୁବେଳେ ଫ୍ରିଜର ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ! ସୃଷ୍ଟି ହେବଏହିସବୁ ରୋଗ

ଅତ୍ୟଧିକ ଖରା ଓ ତାତିର ଜ୍ବାଳା ମଧ୍ୟରେ ପିଇବା ପାଇଁ ଟିକେ ଥଣ୍ଡା ପାଣି ମିଳିଗଲେ ଲୋକଙ୍କୁ ଅମୃତ ମିଳିଲା ପରି ମନେ ହୁଏ।   କିଛି ଲୋକ ଫ୍ରିଜରେ ଥିବା ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଲୋକେ ଏହା ଜାଣି ନଥାନ୍ତି ଯେ, ଏହା ଅଭ୍ୟାସରେ ପରିଣତ ହୋଇଗଲେ ଶରୀର ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ତେବେ ଚାଲନ୍ତୁ ଜାଣିବା ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ବାରା ଶରୀରର କି କ୍ଷତି ହୋଇଥାଏ –
ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ। କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାରୁ ଖସିଥାଏ।

- Advertisement -

ଏହାଦ୍ୱାରା ଟନ୍ସିଲଜନିତ ସମସ୍ୟା ଦେଖା ଦେଇଥାଏ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କଫଜନିତ ସମସ୍ୟା ଦେଖାଯାଏ। ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ହୃଦ୍ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories