www.samajalive.in
Saturday, December 13, 2025
26.1 C
Bhubaneswar

କଳାଦିବସ ପାଳନ ପାଇଁ କୁଡୁମୀ ସେନାର ସଚେତନତା

ପାଟଣା: କୁଡୁମୀ ସମ୍ପ୍ରଦାୟ ର ଅଧିବାସୀ ମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ଥିଲେ। ସ୍ୱାଧନତା ପରବର୍ତ୍ତୀ ସମୟରେ କୁଡୁମି ଜାତିକୁ ୧୯୫୦ ମସିହା ସେପ୍ଟେମ୍ବର ୬ତାରିଖ ଅନୁସୂଚିତ ଜନଜାତି ତାଲିକାରୁ ସରକାର ବାଦ ଦେଇଥିଲେ। ଏହାର ପ୍ରତିବାଦରେ ପ୍ରତ୍ୟେକ ବର୍ଷର ସେପ୍ଟେମ୍ବର ୬ ତାରିଖ ଦିନକୁ କୁଡୁମୀ ଜାତି କଳାଦିବସ ଭାବେ ପାଳନ କରୁଛି। କେନ୍ଦୁଝର ସଦର ମହକୁମାରେ ସେପ୍ଟେମ୍ବର ୬ ତାରିଖ ୨୦୨୨ରେ ହେବାକୁ ଥିବା କଳାଦିବସ ପାଇଁ ଓଡ଼ିଶା କୁଡୁମି ସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, କୁଡୁମିସେନା ପାଟଣା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, କୁଡୁମୀ ସେନା ମୂଷାଖୋରୀ ପଞ୍ଚାୟତ ସଭାପତି ଭରତ ମହାନ୍ତଙ୍କ ନେତୃତ୍ୱରେ ଚିନାମାଳି ପଶି, ସଡଙ୍ଗ ବାହାଳି, ଜାମୁଳେଇବେଡା, ଡୁମୁରିଆ କୋଠାଘର ଆଦି ଗାଁରେ ପୋଷ୍ଟର ବ୍ୟାନର ଲଗାଇବା ସହ ସେପ୍ଟେମ୍ବର ୬ରେ ହେବାକୁ ଥିବା କଳା ଦିବସକୁ ସଫଳ କରିବା ପାଇଁ କୁଡ଼ମି ସମ୍ପ୍ରଦାୟକୁ ଆହ୍ୱାନ ଜଣାଉଥିବା ଦେଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories